କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଲେ ସତ୍ୟବ୍ରତ: ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ବିଭାଗ ପ୍ରମୁଖ ସଚିବ ନିଯୁକ୍ତ

କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଛନ୍ତି ଆଇଏଏସ୍ ସତ୍ୟବ୍ରତ ସାହୁ । ସେ ଡ଼େପୁଟେସନରୁ ଫେରିବା ପରେ ତାଙ୍କୁ ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ବିଭାଗ ପ୍ରମୁଖ ସଚିବ ରୂପେ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାହୁ ଦାୟିତ୍ବରେ ଥିବା ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ । ସେହିପରି ପ୍ଲାନିଂ ଓ କନ୍ଭରଜେନ୍ସ ବିଭାଗ  ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀଙ୍କୁ ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦେଶକ ରୂପେ ନିଯୁକ୍ତି ଦିଆଯାଇଛି । ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଦେବେନ୍ଦ୍ର କୁମାର ଜେନାଙ୍କୁ ପ୍ଲାନିଂ ଓ କନଭରଜେନ୍ସ ବିଭାଗର ଅତିରିକ୍ତ ସଚିବ ରୂପେ ନିଯୁକ୍ତି ଦିଆଯାଇଛି ।

15221

 

Comments are closed.