ନାଳରୁ ମିଳିଲା ଶିଶୁକନ୍ୟାର ଶବ: ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ

ଢ଼େଙ୍କାନାଳ ଜିଲା କଙ୍କଡ଼ାହାଡ଼ ନିକଟସ୍ଥ ଖରଖରି ଗ୍ରାମ ପାଖରେ ମାରାମ୍ବୁର ନାଳରୁ ଏକ ଶିଶୁ କନ୍ୟାର ଶବ ଉଦ୍ଧାର କରାଯାଇଛି । ଶିଶୁଟିର ବୟସ ୪ ବର୍ଷ । ତାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ତାର ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ଝିଅଟି ଖେଳିବାକୁ ଯାଇ ଆଉ ଘରକୁ ଫେରି ନ ଥିଲା । ସାରା ରାତି ପରିବାରର ଲୋକମାନେ ତାର ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ମିଳି ନ ଥିଲା । ମାତ୍ର ଆଜି ସକାଳେ କିଛି ଗ୍ରାମବାସୀ ମାରାମ୍ବୁର ନାଳରେ ଏକ ଶିଶୁ କନ୍ୟାର ଶବ ପଡ଼ିଥିବା ଦେଖିବା ପରେ ଘଟଣା ଚାରିଆଡ଼େ ପ୍ରଚାରିତ ହୋଇ ଯାଇଥିଲା । ଶିଶୁ କନ୍ୟାର ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଏହା ତାଙ୍କ ଝିଅର ଶବ ବୋଲି ଚିହ୍ନଟ କରିଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି । ଏସଡ଼ିପିଓ ସୁପ୍ରସନ୍ନ ମଲ୍ଲିକ ଓ ତାନା ଅଧିକାରୀ ଆଶିଷ ଜେନା ଘଟଣାର ତଦନ୍ତ କରୁଛନ୍ତି ।

Comments are closed.