ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଡିସିପିଙ୍କୁ ଦାବି ପତ୍ର

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ହୋଇଥିବା ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମର ମୁଖ୍ୟ ଆସାମୀକୁ ଗିରଫ କରିବାକୁ ଦାବି ପତ୍ର ଦେବା ସହ ଏହାର ନକଲ ପୁଲିସ କମିଶନର ଓ ଡିଜିଙ୍କ ନିକଟକୁ ମଧ୍ୟ ପଠାଇଛି ।
ପୁଲିସ ଏହି ଘଟଣାରେ ରକ୍ଷକ ହୋଇ ଭକ୍ଷକ ସାଜିଛି ବୋଲି ମହିଳା କଂଗ୍ରେସ ଅଭିଯୋଗ କରିବା ସହ  ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ମହିଳାକଂଗ୍ରେସ ଦାବି କରିଛି ।  ଶ୍ରୀୟାସ୍ମିତା ପଣ୍ଡା, ଲକ୍ଷ୍ମୀପ୍ରିୟା ଦାସ, ଲିତିକା ବାରିକ, ବନଲତା ବାରିକ, ନମିତା ମହାନ୍ତି, ଅନସୂୟା ରାୟ ପ୍ରମୁଖ ଡିସିପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

Comments are closed.