ନାବାଳିକାକୁ ଅପହରଣ : ଯୁବକ ଗିରଫ

ଜଣେ ନାବାଳିକାକୁ ଅପହରଣ କରି ବିବାହ ଉଦ୍ୟମ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା  ପୁଲିସ  ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକର ନାମ ବେଲାଳସେନ ଗଣ୍ଡା (୨୦) ବୋଲି ସୂଚନା ମିଳିଛି । ଅଭିଯୋଗ ଅନୁସାରେ  ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଫୁଲବାଣୀ ସଦରଥାନା ବେଣାକେରା ଗ୍ରାମର ବେଲାଳସେନ ଗଣ୍ଡା ଅପହରଣ କରି ଆଣିଥିଲେ ଓ ନିଜ ଘରେ ରଖିଥିଲେ । ନାବାଳିକାର ପିତା ଖଜୁରିପଡା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି ।

Comments are closed.