ଖୁଣ୍ଟ ପଡି ନାବାଳକଙ୍କ ମୃତ୍ୟୁ ଅଭିଯୋଗ

କଟକ : ବିଦ୍ୟୁତ୍ ଖୁଣ୍ଟ ପଡି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ନୂଆପଡା ଗାଁରେ ଗ୍ରାମବାସୀଙ୍କ ଉଦ୍ୟମରେ ଏକ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଉଥିଲା । ଏହି ସମୟରେ ନିକଟରେ ଠିଆ ହୋଇଥିବା ନାବାଳକଙ୍କ ଉପରେ ଖୁଣ୍ଟଟି ପଡିଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ନାବାଳକଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳକଙ୍କ ନିଜ ଘର ତେନ୍ତଳିନାଳି ଏବଂ ସେ ମାମୁଘରକୁ ବୁଲିବାକୁ ଆସିଥିଲା ବୋଲି ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

Comments are closed.