ସଚିବାଳୟରେ ଥିବା କାର୍ଯ୍ୟାଳୟରେ ଗ୍ରହଶାନ୍ତି ପୂଜାର୍ଚ୍ଚନା କଲେ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ୱର .- ସଚିବାଳୟରେ ଥିବା ନିଜ କାର୍ଯ୍ୟଳୟରେ ମନ୍ତ୍ରୀ ପଦ୍ମନାଭ ବେହେରା ଗ୍ରହଶାନ୍ତି ପୂଜାର୍ଚ୍ଚନା କରିଛନ୍ତି । ପଦ୍ମନାଭ ବେହେରା ଏବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଅଛନ୍ତି । ସେ ବୀରମହାରାଜପୁରରୁ ଚଳିତ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ସଚିବାଳୟରେ ପୂଜାର୍ଚ୍ଚନା ବେଳେ ମନ୍ତ୍ରୀଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ଶାନ୍ତି ଭଗବାନଙ୍କ ଆଶୀର୍ବାଦ ପାଇଁ ଏହି ପୂଜାର୍ଚ୍ଚନା କରାଯାଇଥିବା ମନ୍ତ୍ରୀଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ।

Comments are closed.