ସାମ୍ନାକୁ ଆସିଲା କ୍ରିତିଙ୍କ ‘ମିମି’ର ରିଲିଜ୍ ତାରିଖ, ନେଟଫ୍ଲିକ୍ସ ଓ ଜିଓ ସିନେମାରେ ମଜା ଉଠାଇପାରିବେ ଦର୍ଶକ

ମୁମ୍ବଇ: ଚଳିତ ମାସ ୩୦ ତାରିଖରେ ରିଲିଜ୍ ହେବ ବଲିଉଡ଼ ଅଭିନେତ୍ରୀ କ୍ରିତି ସାନୋନ ଅଭିନୀତ ଚଳଚ୍ଚିତ୍ର ‘ମିମି’। କୋଭିଡ଼୍-୧୯ ମହାମାରୀ ସମୟରେ ଅନେକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ପରିବର୍ତ୍ତେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି। ଏହି କ୍ରମରେ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ମିମ’ ମଧ୍ୟ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ନେଟଫ୍ଲିକ୍ସ ଓ ଜିଓ ସିନେମାରେ ଦର୍ଶକ ଏହାକୁ ଉପଭୋଗ କରିପାରିବେ।

କ୍ରିତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଏକ ନୂଆ ପୋଷ୍ଟର ସହ ରିଲିଜ୍ ତାରିଖ ଆଜି ଘୋଷଣା କରିଛନ୍ତି। କ୍ରିତିଙ୍କ ବ୍ୟତୀତ ଏଥିରେ ପଙ୍କଜ ତ୍ରିପାଠୀ ଏବଂ ସାଇ ତମ୍ହାନକର ମଧ୍ୟ ଅଭିନୟ କରିଛନ୍ତି।

Comments are closed.