ଲକ୍ଷାଧିକ ଟଙ୍କାର ଚୋରା କାଠ, କୋଇଲା ଜବତ

ଚୌଦ୍ୱାର :  କଟକ ବନଖଣ୍ଡ ଡାଳିଯୋଡାରେଞ୍ଜ ମଙ୍ଗରାଜପୁର ବନବିଭାଗ ତରଫରୁ ଏକ ମିନି ଟ୍ରକକୁ ଜବତ କରାଯିବା  ସହିତ ଲକ୍ଷାଧିକ ଟଙ୍କାର କାଠ କୋଇଲା ଜବତ କରାଯାଇଛି । ସୂଚନା ଅନୁଯାୟୀ ଆଠଗଡ ପଟୁ ଚୌଦ୍ୱାର ଆଡକୁ ଆସୁଥିବା ଏକ ମିନିଟ୍ରକକୁ ବନବିଭାଗ କର୍ମଚାରୀ ମାନେ ପଦାଗାଁ ବଳିପୁର ରାସ୍ତାରେ ଅଟକାଇ ଥିଲେ। ସେଥିରେ ୩୨ଟି ଜରିବସ୍ତାରେ ପ୍ୟାକେଟ୍ ହୋଇ ବୋଝେଇ ହୋଇଥିବା କାଠ କୋଇଲାକୁ ଜବତ କରି ମଙ୍ଗରାଜପୁର ବନ କାର୍ଯ୍ୟାଳୟକୁ ଆଣିଥିଲେ। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ବେଳେ ଏହି କୋଇଲା କେଉଁଠୁ ଆସିଲା ଓ କେଉଁ ଆଡେ ଯିବ ତାହା ଜଣାପଡିନାହିଁ। ବନ ବିଭାଗ ଘଟଣାର ଅଧିକ ତଦନ୍ତ ଚଳାଇଛି। ଚୋରା କୋଇଲା ବେପାରୀ ମାନେ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ଜଳିବା ପରେ ସେହି କୋଇଲାକୁ ବ୍ୟପକ ଭାବେ ଚୋରା ଚାଲଣ କରୁଥିବା ଜଣାପଡିଛି।

Comments are closed.