ଛେନା ମିଲ୍କ ସେକ୍‍

ଆବଶ୍ୟକ ସାମଗ୍ରୀ
କୋରା ପନୀର – ୨କପ
ବାଦାମ – ଅଳ୍ପ
କ୍ଷୀର – ୪କପ
କେସର – ଅଳ୍ପ
ଗୁଜୁରାତି ଗୁଣ୍ଡ – ଅଳ୍ପ
ଚିନି – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ –ରାତିରେ ପାଣିରେ ବାଦାମକୁ ଭିଜାଇ ରଖି ଦିଅନ୍ତୁ। ସକାଳେ ଏହାର ଚୋପା ଛଡ଼ାଇ ସାମାନ୍ୟ ପାଣି ପକାଇ ବାଦାମକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହି ପେଷ୍ଟକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଏଥିରେ ଛେନାକୁ ପକାଇ ଗୋଳାଇ ପୁଣି ଫୁଟାନ୍ତୁ। ଏବେ ଏଥିରେ ଚିନି, ବାଦାମ ପେଷ୍ଟ, କେସର , ଗୁଜୁରାତି ଗୁଣ୍ଡ ପକାଇ ୧ ମିନିଟ ଫୁଟାନ୍ତୁ। ଏବେ ଏହାକୁ ଏକ କାଚ ଗ୍ଲାସକୁ କାଢି ପିଅନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ମିଲ୍କ ସେକ୍‍।

Comments are closed.