ସୁଆଦିଆ ଥଣ୍ଡା ସରବତ

ଆବଶ୍ୟକ ସାମଗ୍ରୀ
ଫୁଟା କ୍ଷୀର – ୧ ଗ୍ଲାସ
କଟା ବାଦାମ – ୪ରୁ ୫ଟି
କଟା କିସମିସ – ୪ଟି
ଗୁଜୁରାତି ଗୁଣ୍ଡ – ଅଳ୍ପ
ବରଫ ଖଣ୍ଡ – ୨ଟି
ଖୁଆ – ଅଳ୍ପ
ଚିନି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ –ଫୁଟା କ୍ଷୀରକୁ ଏକ ପାତ୍ରରେ ରଖି ଫ୍ରିଜରେ ରଖି ଦିଅନ୍ତୁ। ଖୁଆକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ। ଡ଼୍ରାଏ ଫ୍ରୁଡ୍ସକୁ ମଧ୍ୟ କାଟି ରଖନ୍ତୁ। ଏବେ ଫ୍ରିଜରେ ରଖିଥିବା କ୍ଷୀରକୁ ବାହାର କରି ଏଥିରେ ଚିନି ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ଖୁଆ, ଗୁଜୁରାତି ଗୁଣ୍ଡ, ଡ଼୍ରାଏ ଫ୍ରୁଡ୍ସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଥଣ୍ଡା ସରବତ।

Comments are closed.