ପିଲାଙ୍କ ପାଇଁ ଖିରର ଆବଶ୍ୟକତା

ଆଜିର ସମୟରେ ଆମ ଦେଶର ମହିଳାମାନେ ପାଶ୍ଚାତ୍ୟ ଜୀବନଶୈଳୀକୁ ଅଧିକ ଆପଣାଉଥିବାର ଦେଖାଯାଉଛି। ସକାଳ ଜଳଖିଆରେ ପିଲାଙ୍କୁ ଦେଶୀ ଖାଦ୍ୟ ପରିବର୍ତ୍ତେ ବିଦେଶୀ ଜଳଖିଆ ପରଷୁଛନ୍ତି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ଦେଶୀ ଜଳବାୟୁରେ ଉତ୍ପନ୍ନ ହେଉଥିବା ପନିପରିବା ଓ ଫଳମୂଳ ପିଲାଙ୍କୁ ଦେବା ଆବଶ୍ୟକ।

  •  ଖାଦ୍ୟ ବିଶେଷଜ୍ଞ ଶିଳ୍ପା ସିନ୍ଦେଙ୍କ ମତରେ ଡାକ୍ତରଙ୍କ ପରାମର୍ଶ ନେଇ ପିଲାଙ୍କୁ ଗାଈ ଖିର ଦେବାକୁ ଆରମ୍ଭ କରନ୍ତୁ। ବଜାରରେ ଆଜିକାଲି ମିଳୁଥିବା ଅର୍ଗାନିକ୍ ମିଲ୍କ, ସୋୟା ମିଲ୍କ, ଫ୍ଲେଭରଡ୍ ମିଲ୍କ ପଛରେ ନ ଧାଇଁ ବରଂ ଗାଈ ଖିର ପିଇବାକୁ ଦେବା ଉଚିତ।
  •  ଖିରରେ ପ୍ରସ୍ତୁତ ବ୍ୟଞ୍ଜନ ଖିରି, କିମ୍ବା ଚୁଡ଼ାଗୁଣ୍ଡ କରି ସେଥିରେ ଖିର ନଚେତ୍ ଦଲିୟାରେ ମଧ୍ୟ ଖିର ମିଶାଇ ପିଲାଙ୍କୁ ଖାଇବା ପାଇଁ ଦେବା ଭଲ। ନିୟମିତ ଖିର ପିଇଲେ ପିଲାଙ୍କ ଶରୀରରେ କ୍ୟାଲସିୟମ୍ ଜନିତ ଅଭାବ ଦେଖାଯାଇନଥାଏ। 
  •  ଏହା ସହ ଖିର ପିଇଲେ ଅମ୍ଳ ହୋଇନଥାଏ ଓ ସେମାନଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳେ। ଭିଟାମିନ୍ ଏ, ବି-୧, ବି-୨, ବି-୧୨, ପୋଟାସିୟମ୍, ଫସ୍‌ଫରସ୍‌ ଭରପୂର ଗାଈ ଖିର ମାନସିକ ଅଭିବୃଦ୍ଧି ମଧ୍ୟ କରାଏ।
  •  ପ୍ରତିଦିନ ପିଲାଙ୍କୁ ୨ଥର ଅନ୍ତତଃ ଖିର ପିଇବାକୁ ଦିଅନ୍ତୁ। ନଖ ଉଷୁମ ଖିରରେ ଅଳ୍ପ ଚିନି ମିଶାଇଲେ ତାହାର ସ୍ବାଦ ମଧ୍ୟ ବଢ଼େ। ଖିରରେ ମହଜୁଦ୍ ଥିବା ପୋଷକତତ୍ତ୍ବ ଆମ ହୃଦ୍‌ଯନ୍ତ୍ରକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ।

Comments are closed.