ସ୍ୱାଦିଷ୍ଟ ଖିର ମସଲା ଆଳୁ

ଆବଶ୍ୟକ ସାମଗ୍ରୀ
କଟା ଆଳୁ – ୬ଟି
କଟା ପିଆଜ – ୧ଟି
ପେଷା ଟମାଟୋ – ୧ କପ
କାଜୁ – ୪ଟି
ଲବଙ୍ଗ – ୬ଟି
ଖିର  – ୧କପ
ଜୁଆଣୀ – ଅଳ୍ପ
କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
କ୍ରିମ – ୨ ଚାମଚ
ଅଦା ରସୁଣ ବଟା – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଘିଅ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାଜୁକୁ ସିଝା ଖିରରେ କିଛି ସମୟ ବତୁରାଇ ରଖନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଳୁକୁ ଭଲ ଭାବେ ଭାଜି ଦିଅନ୍ତୁ। ଏବେ କଡ଼େଇରେ ଘିଅ ଗରମ କରି ଜୁଆଣୀ ଭାଜନ୍ତୁ। ଏହାପରେ ପିଆଜ, ଅଦା ରସୁଣ ବଟା ପକାଇ କଷନ୍ତୁ। ଏବେ ଏଥିରେ ପେଷା ଟମାଟୋ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, କାଶ୍ମୀର ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ ପକାଇ ପୁଣି କଷନ୍ତୁ। ଏବେ କାଜୁ ଓ କ୍ଷୀରକୁ ଏଥିରେ ପକାଇ ଗୋଳାନ୍ତୁ। ଏହାପରେ ଭଜା ଆଳୁ, ସାମାନ୍ୟ ପାଣି ଦେଇ ଗୋଳାଇ କିଛି ସମୟ ଫୁଟାନ୍ତୁ। ଫୁଟିବା ପରେ କ୍ରିମ ପକାଇ ଗୋଳାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି କସ୍ତୁରୀ ମେଥି ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଖିର ମସଲା ଆଳୁ ।

Comments are closed.