ମଦ ଛଡାଇବାକୁ କ୍ଷୀର ବାଣ୍ଟିଲେ

ମୁମ୍ବଇ: ଲୋକମାନେ ମଦ ଛାଡିବା ସକାଶେ ନୂଆବର୍ଷରେ ସେମାନଙ୍କୁ କ୍ଷୀର ଯୋଗାଇଦେଇ ନିବେଦନ କରାଯାଇଛି । ସେମାନେ ‘ଦାରୁ ନାକୋ, ଦୁଧ ଖାଓ’ (କ୍ଷୀର ପିଅ, ମଦ ନୁହେଁ) ଶୀର୍ଷକରେ ସଚେନତା ବାର୍ତ୍ତା ପ୍ରଚାର କରୁଛନ୍ତି ଅରୁଣ ଓହାର ନାମକ ଜଣେ ବ୍ୟକ୍ତି । ପୁନେ ସହରର ଏହି ବାସିନ୍ଦା ଜଣକ ନିଜକୁ ରାବଶ ବେଶରେ ସଜ୍ଜିତ କରି ନୂଆ ବର୍ଷରେ ରାସ୍ତାରେ ବୁଲି ମଦ୍ୟପାନ କରିଥିବା ବ୍ୟକ୍ତିଙ୍କୁ ମଦ ଛାଡି କ୍ଷୀର ପିଇବାକୁ ପ୍ରବର୍ତ୍ତାଉଥିଲେ । ସେ କହିଛନ୍ତି ଯେ ଲୋକମାନେ ସେମାନଙ୍କ ଭିତରେ ଥିବା ରାବଣକୁ ପରିତ୍ୟାଗ କରି ମଦଭଳି ନିଶାକୁ ଛାଡିବାକୁ ନିବେଦନ କରୁଛନ୍ତି । ତାହା ପରିବର୍ତ୍ତ ନିଜ ଶରୀର ସୁସ୍ଥ ରଖିବାକୁ ସେମାନେ କ୍ଷୀର ପିଇବାକୁ ସେ ପରାମର୍ଶ ଦେଉଛନ୍ତି ।
ସ୍ଥାନୀୟ ଜଣେ ରାଜନେତା କହିଛନ୍ତି ଯେ ସମାଜରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ଏବଂ ସେଥିପାଇଁ ଅନେକ ପରିବାର ଉଜୁଡି ଯାଉଛି । ଏଭଳି ପ୍ରୟାସ ଜରିଆରେ ସେମାନେ ଲୋକଙ୍କୁ ମଦ ଛାଡିବାକୁ ନିବେଦନ କରୁଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ଏଥିପାଇଁ ସେମାନେ ଡିସେମ୍ବର ୩୧କୁ ବାଛିଛନ୍ତି, କାରଣ ଏହି ଦିନ ଅନେକ ଲୋକ ମଦପିଇ ନାନା ଗଣ୍ଡଗୋଳ ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି । ସେମାନଙ୍କୁ ସେଭଳି ନକରିବାକୁ ନିବେଦନ କରାଯାଉଛି । ଏହାହେଲେ ସମାଜରେ ସମସ୍ତେ ଏହି ଅବସରକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିପାରିବେ । ଚଳିତ ବର୍ଷ ନୂଆବର୍ଷରେ ସ୍ଥାନୀୟ ଏକ ଅଣ ସରକାରୀ ସଂଗଠନର ସଦସ୍ୟମାନେ ମଧ୍ୟ କୋଭିଡ-୧୯ ସମ୍ପର୍କିତ କଟକଣା ମାନିବା ନିମନ୍ତେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି ।

Comments are closed.