ତ୍ୱଚା ପାଇଁ କଞ୍ଚାକ୍ଷୀର

ପାଗର ପରିବର୍ତ୍ତନ ସହ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଶୀତ ଦିନ ଶେଷ ହୋଇ ଖରାଦିନ ଆରମ୍ଭ ହେଉଛି। ଗରମ ମଧ୍ୟ ଅନୁଭବ ହେଲାଣି। ତେବେ ଏହି ସମୟରୁ ନିଜ ତ୍ୱଚା ପାଇଁ କିଛି ଉପାୟ ଆଣାଇବା ଜରୁରୀ। ତ୍ୱଚା ପାଇଁ କଞ୍ଚା କ୍ଷୀର ଖୁବ ଲାଭଦାୟକ। ଏହା ତ୍ୱଚାରୁ ଅପରିଷ୍କାର ଜିନିଷ ବାହାର କରିବାରେ ସହାୟକ ହେବା ସହ ସୌନ୍ଦକୁ ବୃଦ୍ଧି କରିଥାଏ। ଉଜ୍ଜ୍ୱଳ କରିଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ।
ପ୍ରଥମେ ଏକ ପାତ୍ରରେ କିଛି କଞ୍ଚା କ୍ଷୀର ନିଅନ୍ତୁ। ଏହାକୁ ଆଙ୍ଗୁଳିର ଟିପରେ ନେଇ ମୁହଁରେ ଲଗାଇ ଗୋଲ ଆକାରରେ ମୁହଁରେ ମାଲିସ କରନ୍ତୁ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ମୁହଁକୁ ସଫା କରିବା ସହ ଏହା ସୌନ୍ଦର୍ଯ୍ୟ ବଜାୟ ରଖିଥାଏ।
ତୁଳାକୁ କଞ୍ଚା କ୍ଷୀରରେ ବୁଡାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇ କିଛି ସମୟ ରଖି ମୁହଁ ଧୋଇ ଦିଅନ୍ତୁ।
କଞ୍ଚାକ୍ଷୀରରେ କାକୁଡି ରସ ଓ ଦହି ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି  ଦିଅନ୍ତୁ। ଏବେ ହାଲକା ମାଲିସ କରିବା ପରେ ମୁହଁ ଧୋଇ ଦିଅନ୍ତୁ। ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।

Comments are closed.