ମେ’ ୨୩ରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା, ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ମେ’ ୨୩ରେ ଜାମ୍ମୁ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହୋଇଥିବା ଶୁକ୍ରବାର ଗୁଇନ୍ଦା ସୂଚନା ମିଳିଛି। ଏହି ଆଧାରରେ ସମ୍ପୂର୍ଣ୍ଣ କାଶ୍ମୀରକୁ ହାଇ ଆଲର୍ଟରେ ରଖାଯାଇଛି।

ଏଜେନ୍ସିଙ୍କୁ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରରେ ଥିବା ପ୍ରତିରକ୍ଷା ମୁଖ୍ୟାଳୟକୁ ଆତଙ୍କବାଦୀମାନେ ଟାର୍ଗେଟ କରିବେ। ବିଶେଷ କରି ଜାମ୍ମୁ କାଶ୍ମୀରର ଶ୍ରୀନଗର ଏବଂ ଅବନ୍ତିପୁରା ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି। ଫଳରେ ଜାମ୍ମୁ କାଶ୍ମୀରସ୍ଥିିତ ସମସ୍ତ ବାୟୁ ସେନା ଘାଟିକୁ ହାଇ ଆଲର୍ଟରେ ରଖାଯାଇଛି।
କୁହାଯାଉଛି ରମଜାନର ୧୭ତମ ଦିନ ଅର୍ଥାତ ମେ’ ୨୩ରେ ଆତଙ୍କବାଦୀମାନେ ବଡ଼ ଧରରଣ ଆକ୍ରମଣ କରିବେ। ସୂଚନାଯୋଗ୍ୟ ଯେ ରମଜାନର ୧୭ତମ ଦିନରେ ଜଙ୍ଗ-ଏ-ବଦର ଯୁଦ୍ଧ ହୋଇଥିଲା। ଆଗରୁ ଏହି ଦିନରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବାର ଅନେକ ନଜିର ରହିଛି। ତେଣୁ ଜାମ୍ମୁ କାଶ୍ମୀରରେ ମୁତୟନ ସୁରକ୍ଷା କର୍ମୀଙ୍କୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି।

Comments are closed.