ପୁଲୱାମାରେ ସିଆରପିଏଫ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୁଲୱାମା ଦ୍ରବଗାମ ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫ ଉପରେ ଆକ୍ରମଣ କରିଛନ୍ତି। ତେବେ ଏହି ଆକ୍ରମଣରେ କେହି ଆହତ ହୋଇଥିବା ନେଇ ସୂଚନା ମିଳି ନାହିଁ । ସେନାବାହିନୀ ଏହାର ଜବାବ ଦେବାକୁ ଯାଇ ଆତଙ୍କବାଦୀମାନଙ୍କ ଉପରକୁ ଗୁଳି ଚଳାଇଛି । ତେବେ ଏହି ଘଟଣା​‌ ପରେ ସଂମ୍ପୂର୍ଣ୍ଣ ଅଞ୍ଚଳକୁ ନିଜ ଅଧିନକୁ ନେଇ ସେନା ବାହିନୀ ଖାନତଲାସୀ ଜାରି ରଖିଛି।​‌

ସେନା ବାହିନୀ ସୂତ୍ରରୁ ପ୍ରକାଶ ଯେ, ପୁଲୱାମା ଦ୍ରବଗାମରେ ଆତଙ୍କବାଦୀମାନେ ସିଆରପିଏଫ ପାଟ୍ରୋଲିଂ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ସଂମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ସେନା ବାହିନୀ ପକ୍ଷରୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରାଯାଇଛି।

Comments are closed.