କିସ୍ତୱାରରେ ପୁଲିସ୍ ଟିମ୍ ଉପରକୁ ଆକ୍ରମଣ; ଜଣେ ଏସପିଓ ସହିଦ୍, ଜଣେ ଆହତ

ଜମ୍ମୁ : ଜମ୍ମୁ କଶ୍ମୀରର କିସ୍ତୱାରରେ ପୁଲିସ୍ ଟିମ୍ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଏସପିଓ ସହିଦ୍ ହୋଇଥିବାବେଳେ ଅନ୍ୟ ଜଣେ ଏସପିଓ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ପୁଲିସ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ବଶରତ ଅହମ୍ମଦ ଏବଂ ଆଶିକ୍ ହୁସେନ୍। ଆତ୍ମସମର୍ପଣ କରିଥିବା ଜଣେ ଆତଙ୍କବାଦୀର ଭାଇ ହେଉଛି ବଶରତ ଅହମ୍ମଦ। ସେହିପରି ଆଶିକ୍ ହୁସେନ୍ ବଳାତ୍କାର ଅଭିଯୁକ୍ତ ବୋଲି ଜଣାପଡିଛି।

Comments are closed.