ଉତ୍ତରକୋରିଆ ଆଣବିକ ଅସ୍ତ୍ର ନିର୍ମାଣ ପ୍ରକ୍ରିୟା ଜାରି ରଖିଛି: ଆମେରିକା

0

ୱାଶିଂଟନ୍‍: ଉତ୍ତର କୋରିଆ ପରମାଣୁ ବୋମା ପ୍ରସ୍ତୁତି ପ୍ରକ୍ରିୟା ଜାରି ରଖିଛି ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‍ ପୋମ୍ପେଓ କହିଛନ୍ତି।
ଆମେରିକାର ସିନେଟ୍‍ରେ ବୈଦେଶିକ ବ୍ୟାପାର କମିଟିରେ ମତ ରଖି ମାଇକ୍‍ ଉପରୋକ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି। ଅବଶ୍ୟ ଉତ୍ତର କୋରିଆ ସବ୍‍ମାରାଇନ୍‍ରୁ ଉତ୍‍କ୍ଷେପଣ କରାଯାଇପାରୁଥିବା ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ର ନିର୍ମାଣ କରୁଛି କି ନାହିଁ ସେ ସମ୍ପର୍କିତ କୌଣସି ଉତ୍ତର ଦେଇନାହାନ୍ତି। ସମୟ ଆସିଲେ ଏ ସମ୍ପର୍କିତ ଉତ୍ତର ମିଳିବ ବୋଲି ସେ କହିଛନ୍ତି। ଆମେରିକା ଧୈର୍ଯ୍ୟର କୂଟନୀତିରେ ବିଶ୍ୱାସ ରଖେ ବୋଲି ସେ କହିଛନ୍ତି।
ଜୁଲାଇ ୫ରୁ ୭ ମଧ୍ୟରେ ତାଙ୍କର ଉତ୍ତର କୋରିଆ ଗସ୍ତ ସମ୍ପର୍କରେ ସୂଚନା ଦେଇ ମାଇକ୍‍ କହିଛନ୍ତି ଯେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‍ ୟୋଙ୍ଗଙ୍କ ସହିତ ଗଠନମୂଳକ ଆଲୋଚନା ହିଁ ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା। ଉତ୍ତରକୋରିଆର ଆଣବିକ ନିରସ୍ତ୍ରୀକରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ ଥିବା ବେଳେ ଦ୍ୱିପାକ୍ଷିକ ଶିଖର ବୈଠକର ରାଜିନାମାର ସଫଳତା କିମ୍‍ଙ୍କ ଉପରେ ନିର୍ଭର କରୁଛି ବୋଲି ମାଇକ୍‍ କହିଛନ୍ତି।

Leave A Reply