ସାରା ବିଶ୍ଵ ଚୀନକୁ ଜବାବ ଦେବାର ସମୟ ଆସିଛି: ପମ୍ପିୟୋ

ୱାଶିଂଟନ: ଚୀନର କମ୍ୟୁନିଷ୍ଟ ପାର୍ଟି ଦ୍ବାରା ବିଶ୍ଵ ପ୍ରତି ସୃଷ୍ଟି କରାଯାଉଥିବା ସମସ୍ୟାଗୁଡ଼ିକର ଜବାବ ଦେବାର ସମୟ ଆସିଯାଇଛି। ସାରା ବିଶ୍ଵ ଏଥିପାଇଁ ପ୍ରସ୍ତୁତ ହେବା ଦରକାର ବୋଲି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିୟୋ କହିଛନ୍ତି।

ଫକ୍ସ ନ୍ୟୁଜ୍‌କୁ ସାକ୍ଷାତକାର ଦେବା ସମୟରେ ପମ୍ପିୟୋ କହିଛନ୍ତି, କରୋନା ଭୂତାଣୁ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ ସଂକ୍ରମିତ ହେଉଥିବା ନେଇ ସାରା ବିଶ୍ବକୁ ଜଣାଇବାର ବହୁ ପୂର୍ବରୁ ଚୀନ ସରକାର ଏହା ଜାଣିଥିଲା। କେବଳ ଦକ୍ଷିଣପୂର୍ବ ଏସିଆ ନୁହେଁ, ବରଂ ଏସିଆ, ୟୁରୋପର ଦେଶଗୁଡ଼ିକ ଚୀନ ସରକାରଙ୍କ ଅସଲ ଉଦ୍ଦେଶ୍ୟ ଜାଣିପାରିଛନ୍ତି। ଆମେରିକା ଅନେକ ସମୟ ଧରି ଏହା ଉପରେ ଏତେଟା ଧ୍ୟାନ ଦେଇ ନ ଥିଲା। ବର୍ତ୍ତମାନ ଏସବୁକୁ ଠିକ୍‌ କରିବାର ସମୟ ଆସିଛି। ଚୀନ ଯେଉଁସବୁ ଆହ୍ବାନ ସୃଷ୍ଟି କରୁଛି ତାହାର ଜବାବ ଦେବା ବିଶ୍ଵରେ ଗଣତନ୍ତ୍ର ଏବଂ ସ୍ବତନ୍ତ୍ରତାକୁ ଭଲ ପାଉଥିବା ଲୋକମାନଙ୍କ ପାଇଁ ନିହାତି ଜରୁରୀ। ଲଗାତର ୪୦ ବର୍ଷ ଧରି ଚୀନ ଆମେରିକାର ଫାଇଦା ଉଠାଇ ଚାଲିଲା ଏବଂ ଆମେରିକା ପ୍ରଶାସନ ଏହାକୁ ଦେଖି ଆସୁଥିଲା। କିନ୍ତୁ ଏବେ ଆଉ ନୁହେଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

Comments are closed.