ପୁଣି ଥରେ ଟ୍ରେନ୍ ଚେନ୍ ପୁଲ୍ କରି କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ଫେରାର ହେବାକୁ ଉଦ୍ୟମ କଲେ ୩୦୫ ଜଣ ପ୍ରବାସୀ ଶ୍ରମିକ

ସମସ୍ତଙ୍କୁ ଅଟକ ରଖିଲା ପୁଲିସ

ଭୁବନେଶ୍ଵର : ପୁଣିଥରେ ରାଜ୍ୟରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନର ଚେନ୍ ଟାଣି ଫେରାର ହେବାକୁ ଉଦ୍ୟମ କରିଛନ୍ତି ପ୍ରବାସୀ ଶ୍ରମିକ । ଟ୍ରେନ୍ ଚେନ୍ ପୁଲ୍ କରି କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ୩୦୫ ପ୍ରବାସୀ ଶ୍ରମିକ କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ଫେରାର ହେବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଲକ୍ ଡାଉନ ସମୟରେ ବାହାରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସରକାର ନିଜ ଅଞ୍ଚଳକୁ ଫେରାଇ ଆଣିବାର ବ୍ୟବସ୍ଥା କରୁଛନ୍ତି । ଏହି ପରିପେକ୍ଷିରେ ଆଜି ସୁରତରୁ କଟକରୁ ନିର୍ଗୁଣ୍ଡି ଷ୍ଟେସନକୁ ଏକ ଟ୍ରେନ ଆସୁଥିଲ । ଟ୍ରେନରେ ଆସୁଥିବା ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ପ୍ରବାସୀମାନେ ନିର୍ଗୁଣ୍ଡି ଠାରୁ ଘରକୁ ଫେରିବାରେ ଖର୍ଚ୍ଚାନ୍ତ ହେବା ସହ ହଇରାଣ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ରେନର ଚେନ୍ ପୁଲିଂ କରି ଫେରାର ହେବାକୁ ଉଦ୍ୟମ କରୁଥିଲେ ବୋଲି କଣ୍ଟାବାଞ୍ଜି ଷ୍ଟେସନ କତ୍ତୃପକ୍ଷ କହିଛନ୍ତି ।

ସ୍ଥାନୀୟ ଲୋକ ଶ୍ରମିକ ଫେରାର ହେବା ଉଦ୍ୟମ କରୁଥିବା ପୋଲିସକୁ ଖବର ଦେବା ପରେ ପୋଲିସ ସେମାନଙ୍କୁ ଅଟକ ରଖିଛି । ଟ୍ରେନରୁ ଓହ୍ଲାଇଥିବା ଶ୍ରମିକମାନଙ୍କ ମଧ୍ୟରେ ନୂଆପଡା ଜିଲ୍ଳାର ୨୮୩ , କଳାହାଣ୍ଡିର ୫, ବଲାଙ୍ଗୀରର ୧୭ ଜଣ ଥିବା ଜଣାପଡିଛି । ଅନ୍ୟପଟେ ଶ୍ରମିକ ମାନେ ସେମାନେ ଟ୍ରେନ ଚେନ ପୁଲ କରି ଓହ୍ଲାଇ ନଥିବା କହିଛନ୍ତି । ସେମାନେ କହିଛନ୍ତି ଟ୍ରେନ ଷ୍ଟେସନରେ ରହିବାରକୁ ସେମାନେ ଓହ୍ଲାଇ ପଡିଥିଲେ ।

Comments are closed.