କରୋନା ମୁକାବିଲା : ଓଡ଼ିଶା ଫେରନ୍ତାଙ୍କ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର : ଲକଡାଉନ ସମୟରେ ଓଡ଼ିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ ଅଟେ। ଦେଶର ଅନ୍ୟ ରାଜ୍ୟରୁ ସଡ଼କ, ରେଳ ଓ ବିମାନ, ଟ୍ରେନ୍ ମାଧ୍ୟମରେ ଫେରୁଥିବା ସମସ୍ତ ବ୍ୟକ୍ତି ପଞ୍ଜୀକରଣ କରିବା ନିମନ୍ତେcovid19.odisha.gov.in ଲିଙ୍କରେ କ୍ଲିକ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ବାହାର ରାଜ୍ୟରେ ଫସି ରହିଥିବା ପ୍ରାୟ ୫ଲକ୍ଷରୁ ଅଧିକ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ତେଣୁ ସେମାନଙ୍କ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଓଡ଼ିଶାକୁ ଆସିବା ପୂର୍ବରୁ ପଞ୍ଜୀକରଣ ବାଧ୍ୟତାମୂଳକ। ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପଞ୍ଜୀକରଣ ସୁବିଧା ରହିଛି। ପଞ୍ଜିକୃତ ବ୍ୟକ୍ତି ଓଡ଼ିଶା ଫେରିଲେ ସେମାନେ ନିଜ ପଞ୍ଚାୟତରେ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ। କ୍ବାରେଣ୍ଟାଇନରେ ରହିବା ସମୟରେ ଅଲିଭା କାଳିର ଷ୍ଟାମ୍ପ ହାତରେ ଲଗାଯିବ ।

Comments are closed.