ପ୍ରବାସୀ ଶ୍ରମିକଙ୍କୁ ଅଧାବାଟରୁ ଓହ୍ଲାଇଦେଲା ବସ୍‍

କଂଟାବାଂଜି: ଭୁବନେଶ୍ୱରରୁ ତୁରେକେଲା ବ୍ଲକ ର ବଡବାଙ୍କି ପଞ୍ଚାୟତର ପ୍ରାୟ ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଆଣିଥିବା ଏକ ବସ କଂଟାବାଞ୍ଜି ସହରର ରେଲୱେ ଷ୍ଟେସନକୁ ଯାଉଥିବା ରାସ୍ତା ବେହେରା ଛକଠାରେ ଭୋର ୩ଟା ବେଳେ ଓହ୍ଲାଇଦେଇ ପଳେଇଯାଇଥିଲା। ଏହି ଶ୍ରମିକମାନେ ସେଠାରୁ ଓହ୍ଲାଇ ସେମାନଙ୍କ ମଧ୍ୟରୁ ୩ଜଣ ଗାଡି ଖୋଜିବାକୁ ଯାଇ ବସଷ୍ଟାଣ୍ଡ ଆଡକୁ ଯାଇଥିବା ବେଳେ ଅନ୍ୟମାନେ, ମହିଳା, ଛୁଆଙ୍କ ସହିତ ଅନ୍ୟ ଶ୍ରମିକମାନେ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଥିଲା।

ଭୋର ସମୟରେ ଗଣମାଧ୍ୟମ ପ୍ରତିନିଧି ଏମାନଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଶ୍ରମିକମାନଙ୍କୁ ରେଲଷ୍ଟେସନ ରାସ୍ତାକଡ ସାଗୁଆନ ବନୀକରଣ ଅଞ୍ଚଳରେ ଅଟକାଇ ଅପେକ୍ଷା କରିବାକୁ କହିଥିଲେ। ପରେ ଏହି ଶ୍ରମିକମାନେ ଏକ କମାଣ୍ଡର ଗାଡିରେ ଚୈତନ ପ୍ରଧାନ ଛକରୁ ବଡବାଂକି ଗ୍ରାମ ପଞ୍ଚାୟତର ମୁଣ୍ଡକାନୀ ଓ ଚାହାରପାଣି ଗ୍ରାମକୁ ଯାଇଥିଲେ। ଶ୍ରମିକମାନଙ୍କ କହିବା ଅନୁଯାୟୀ ସେମାନେ ଅନଲାଇନରେ ପଂଜିକରଣ କରିବାସହ ଗତକାଲି ସଂଧ୍ୟାରେ ଭୂବନେଶ୍ୱର ରୁ ବସ ଯୋଗେ ତୁରେକେଲା କୁ ଯାତ୍ରା ପାଇଁ ବାହାରିଥିଲେ।ହେଲେ , ସକାଳେ ପ୍ରାତଃ ଭ୍ରମଣ oକୁ ଯାଉଥିବା କିଛି ଲୋକେ ଏମାନଙ୍କୁ ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ସପୃକ୍ତ ଅଞ୍ଚଳ ଯେଉଁଠି ଶ୍ରମିକ ମାନଙ୍କୁ ବସ ଓହ୍ଲାଇଦେଉଛି, ବିଷୋଧନ କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିଭଳି ଗତକାଲି ରାତିରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, କଂଟାବାଞ୍ଜି ଠାରେ ଓହ୍ଳାଇଥିବା ଏକ ବସ ରୁ ଖଡିଆଳ ଅଞ୍ଚଳ ର ଥିବା ଜଣା ପଡିଥିବାବେଳେ, ସେମାନେ ଅଟୋ ଯୋଗେ ନିଜ ଅଞ୍ଚଳକୁ ଯାଇଥିବାର କିଛି ପ୍ରତ୍ୟକ୍ଷ ଦର୍ଶୀ ଗଣମାଧ୍ୟମକୁ ସୁଚନା ଦେଇଥିଲେ।

Comments are closed.