ଶ୍ରମିକର ଦୁଃଖ : ହାଇଦ୍ରାବାଦରୁ ବିହାର ଚାଲି ଚାଲି ଯିବା ବାଟରେ ଚାଲିଗଲା ଜୀବନ

ସୋର : ଦେଶ କରୋନା ମହାମାରୀ ସଙ୍କଟ ମଧ୍ୟରେ ଗତି କରୁଛି । କରୋନା ମହାମାରୀ ସଙ୍କ୍ରମଣକୁ ରୋକିବା ପାଇଁ ଦେଶକୁ ଲକ୍ ଡାଉନ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ଦେଶର ଶ୍ରମିକ ମାନଙ୍କ ଦୁଃଖ ଦୁର୍ଦଶା ବଢିଯାଇଛି । କେଉଁଠି ଖାଇବାକୁ ନପାଇ ଶ୍ରମିକ ହନ୍ତସନ୍ତ ହେଉଥିବା ବେଳେ କେଉଁଠି ନିଜ ଭିଟାମାଟିକୁ ଫେରୁଫେରୁ ସଡକ ଦୁର୍ଘଟଣାରେ ଜୀବନ ହାରୁଛି । ଆଉ କେଉଁଠି ପାଖରେ ଅର୍ଥ ନଥିବା କାରଣରୁ ହଜାର ହଜାର ମାଇଲ ପାଦରେ ଚାଲି ଚାଲି ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି ପ୍ରବାସୀ ଶ୍ରମିକ । ପାଦରେ ଚାଲି ଚାଲି ଆସିବା ବାଟରେ କେତେବେଳେ ଘର ବାହୁଡା ଶେଷ ବାହୁଡା ମଧ୍ୟ ହୋଇଯାଉଛି ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ସୋର ନିକଟରେ । ବାଲେଶ୍ଵର ସୋର ୧୬ ନଂ ଜାତୀୟ ରାଜପଥ ଆଇସି ଫେକ୍କ୍ରିରି ଛକ ନିକଟ ଦୋକାନ ବାରଣ୍ଡାରେ ବିଶ୍ରାମ ନେଉଥିବା ଜଣେ ବିହାରୀ ପ୍ରବାସୀ ମୁତ୍ୟ ମୁତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ମୃତ୍ୟୁ ବରଣ କରିଥିବା ପ୍ରବାସୀର ବୟସ ୬୦ ହେବ ବୋଲି ଜଣାପଡଇଛି । ସେ ଗତ ୫ ଦିନ ତଳେ ହାଇଦ୍ରାବାଦରୁ ପାଦରେ ଚାଲିଚାଲି ବିହାର ଫେରୁଥିଲେ। ଗତକାଲି ରାତିରେ ତାଙ୍କ ସହ ଚାଲି ଚାଲି ଆସିଥିବା ଆଉ ଜଣେ ଶ୍ରମିକଙ୍କ ସହ ଆଇସି ଫେକ୍ଟ୍ରି ଛକରେ ବିଶ୍ରାମ ନେଇଥିଲେ କିନ୍ତୁ ସକାଳୁ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା । ସ୍ଥାନୀୟ ଲୋକ ଏନେଇ ପ୍ରଶାସନକୁ ଖବର ଦେବାପରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।

Comments are closed.