ମେକ୍ସିକୋ ସୀମା ବନ୍ଦ

0

ୱାଶିଂଟନ୍‍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ ସୀମା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି। ଶରଣାର୍ଥୀଙ୍କ ଆଗମନ ବନ୍ଦ କରିବା ଉଦ୍ଦେଶ୍ୟରେ ଟ୍ରମ୍ପଙ୍କ ପ୍ରଶାସନ ଏଭଳି ନିର୍ଦେଶ ଦେବା ସହ ରବିବାରଠାରୁ ଏହି ସୀମା ଦେଇ ଆସୁଥିବା ଶରଣାର୍ଥୀଙ୍କ ଉପରକୁ ପାଣି ମାଡ଼ କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଛି। ଆମରେକିା ଓ ମେକ୍ସିକୋ ସୀମା ଉନ୍ମୁକ୍ତ ଓ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇଥିବାବେଳେ ଏହି ବାଟ ଦେଇ ବହୁ ସଂଖ୍ୟାରେ ବିଦେଶୀ; ବିଶେଷକରି କେନ୍ଦ୍ରୀୟ ଆମେରିକାରୁ ବହୁ ସଂଖ୍ୟାରେ ଜନତା ଆମେରିକାରେ ଅବସ୍ଥାନ ପାଇଁ ପ୍ରବେଶ କରିଥାଆନ୍ତି। ଦେଶରେ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ଟ୍ରମ୍ପ ପ୍ରଶାସନ ଏହି ସୀମା ବନ୍ଦ ପାଇଁ ଗତ କିଛି କାଳ ହେଲା ଉଦ୍ୟମ କରିଆସୁଛନ୍ତି। ସେଥିପାଇଁ ସାନ୍‍ ଡିଆଗୋ ଓ ଟିଜୁଆନା ମଧ୍ୟରେ ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉତ୍କଟ ହେବା ସହ ଉତ୍ତେଜନା ପ୍ରକାଶ ପାଇଛି। ତା’ଛଡ଼ା ଆମେରିକାରେ ପ୍ରବେଶ ପାଇଁ ସୀମାନ୍ତରେ ଅଟକି ରହିଥିବା ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଅକଥନୀୟ ସମସ୍ୟାରେ ଘାଣ୍ଟି ହେଉଛନ୍ତି।

Leave A Reply