ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୯୮ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ : ଲକ୍‌ଡାଉନ ସମୟରେ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୧୯୮ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସଡକ ସୁରକ୍ଷା ଏନଜିଓ ସେଭ ଲାଇଫ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୫ରୁ ମେ ୩୧ ତାରିଖ ମଧ୍ୟରେ ଦେଶରେ ୧୪୬୧ଟି ସଡକ ଦୁର୍ଘଟଣା ହୋଇଛି। ଏଥିରେ ମୋଟ ୭୫୦ ଜଣ ପ୍ରାଣ ହରାଇଥିବାବେଳେ ୧୯୮ଜଣ ପ୍ରବାସୀ ଶ୍ରମିକ। ଦୁର୍ଘଟଣାରେ ୧୩୯୦ ଆହତ ହୋଇଛନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ହାର ୨୬.୪ ରହିଥିବାବେଳେ ଜରୁରୀ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ୫.୩%।

Comments are closed.