ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ତାମିଲନାଡୁରୁ ରାଉରକେଲା ଆସିଲେ ପ୍ରବାସୀ ଶ୍ରମିକ

ରାଉରକେଲା : କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଫଳରେ କାମଧନ୍ଦା ଓ ବେରୋଜଗାର ହେବାକୁ ଘର ମୁହଁ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଏବେ ସେମାନେ ଲକଡାଉନ ପାଇଁ ଘରକୁ ବାହୁଡୁଛନ୍ତି । ପ୍ରତ୍ୟକ ଦିନ ଶହ ଶହ ଶ୍ରମିକ ରାଜ୍ୟ ବାହାରୁ ଓଡ଼ିଶା ଆସୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ତାମିଲନାଡୁରେ ବହୁ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବା ପାଇଁ ଅଟକି ରହିଥିଲେ। ସେମାନଙ୍କୁ ଓଡ଼ିଶା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଥିଲା। ଫଳରେ ସୋମବାର ସକାଳୁ ତାମିଲନାଡୁରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଥିଲା। ଓଡିଶାର ବିଭିନ ଜିଲ୍ଲାର ପ୍ରାୟ ବହୁ ସଂଖ୍ୟାର ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ରାଉରକେଲା ରେଲ୍‌ୱେ ଷ୍ଟେସନ୍‌ରେ ସ୍ୱାଗତ କରା ଯାଇଥିଲା। ରାଉରକେଲା ରେଲ୍‌ୱେ ଷ୍ଟେସନରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ମେଡିକାଲ ଟିମ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ଜିଲ୍ଲାକୁ ବସ ଯୋଗେ ପଠାଯାଇଛି। ଏହାସହିତ ଏହି ଟ୍ରେନ୍‌ରେ ଆସିଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

Comments are closed.