ହୃଦଘାତର ଏକ କାରଣ ମାଇଗ୍ରେନ୍

0

ମାଇଗ୍ରେନ ବର୍ତ୍ତମାନ ଏକ ସାଧାରଣ ସମସ୍ୟା ହୋଇ ଯାଇଛି। ଅତ୍ୟଧିକ ମୁଣ୍ଡବିନ୍ଧା ହେଲେ ତାହା ମାଇଗ୍ରେନ ସମସ୍ୟା ହୋଇଥାଏ। ମାଇଗ୍ରେନ୍ ଯୋଗୁଁ ହୃଦଘାତ ହେବାର ସମ୍ଭାବନା ରହିଛି। କାନାଡାର ୱାଟରଲୁ ବିଶ୍ବବିଦ୍ୟାଳୟର ଗବେଷକମାନେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଣ୍ଡବିନ୍ଧା ବାରମ୍ବାର ହେବା ଦ୍ବାରା ତାକୁ ଅବହେଳା ନ କରି ସଙ୍ଗେ ସଙ୍ଗେ ଚିକିତ୍ସା କରିବା ଉଚିତ। ଆବଶ୍ୟକ ସ୍ଥଳରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମାଇଗ୍ରେନ ସମସ୍ୟାକୁ ଅବହେଳା କରିବା ଦ୍ବାରା ପରବର୍ତ୍ତୀ ସମୟରେ ତାହା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର କାରଣ ହୋଇଥାଏ।

ଗବେଷଣାର ଏକ ରିପୋର୍ଟରୁ ଜଣାପଡିଛି ଯେ, ବାରମ୍ବାର ମାଇଗ୍ରେନ ହେବା ଦ୍ବାରା ତାହା ହୃଦୟ ଉପରେ ପ୍ରଭାବ ପକାଇଥାଏ। ଯାହାଦ୍ବାରା ହୃଦଘାତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ମାଇଗ୍ରେନ ସମସ୍ୟା ଅଧିକାଂଶ ମହିଳାଙ୍କ ନିକଟରେ ଦେଖା ଯାଇଥାଏ। ପୁରୁଷଙ୍କ ନିକଟରେ ମାଇଗ୍ରେନ ସମସ୍ୟା କମ ରହିଥାଏ ବୋଲି ଗବେଷଣାରେ ଜଣାପଡିଛି।

Leave A Reply