ଚୀନ ସୀମା ଜଗିବ ନୌସେନାର ମିଗ୍ ୨୯ ବୋମାବର୍ଷୀ ଲଢ଼ୁଆ ବିମାନ

ଭାରତ-ଚୀନ ବିବାଦ ମଧ୍ୟରେ ନୌସେନାର ମିଗ୍ ୨୯କେ ଲଢ଼ୁଆ ବିମାନ ଜଗିବ ଭାରତ ସୀମା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ସେନା । ମିଳିଥିବା ସୂଚନା ଅନୁସାରେ ଲାଦଖରେ ପ୍ରଥମରୁ ନୌସେନାର ପି-୮୧ ବିମାନ ଭାରତ ମୁତୟନ କରିଛି ଏବଂ ଏହି ବିମାନ ସୀମାରେ ଚକ୍କର କାଟୁଛି । ଏହି ସ୍ଥିତିରେ ଲାଦାଖର ପୂର୍ବଭାଗରେ ନୌସେନାର ମିଗ୍ ୨୯ କେ ବିମାନକୁ ମୁତୟନ ନିମନ୍ତେ ବ୍ୟବସ୍ଥା ହୋଇଛି । ଭାରତ ନିକଟରେ ୪୦ରୁ ଅଧିକ ମିଗ୍ ୨୯ କେ ବିମାନ ରହିଛି । ଏହା ନୌସେନାର ଆଇଏନଏସ୍ ବିକ୍ରମାଦିତ୍ୟରେ ମୁତୟନ ରହିଛି । 

Comments are closed.