କରୋନା ପ୍ରଭାବ : ମାଇକ୍ରୋସଫ୍ଟର ସମସ୍ତ ଷ୍ଟୋର ବନ୍ଦ, ଏପ୍ରିଲ ୪ରେ ଖୋଲିବ

ନୂଆଦିଲ୍ଲୀ : କରୋନା ଭାଇରସର ପ୍ରସାର ଦୃଷ୍ଟିରୁ ମାଇକ୍ରୋସଫ୍ଟ ତାର ସମସ୍ତ ଷ୍ଟୋର ବନ୍ଦ କରିଦେଇଛି। ଏନେଇ ମାଇକ୍ରୋସଫ୍ଟ ଟ୍ବିଟ୍ କରି ଇ-ମେଲ ମାଧ୍ୟମରେ ସମସ୍ତ କର୍ମଚାରୀଙ୍କୁ ସୂଚନା ଦେଇଛି। କମ୍ପାନି ଏହା ମଧ୍ୟ କହିଛି ଯେ, ଯଦିଓ ଷ୍ଟୋରଗୁଡିକ ବନ୍ଦ ରହିବ, କର୍ମଚାରୀମାନେ ସେମାନଙ୍କ ଦରମା ପାଇପାରିବେ। ମାଇକ୍ରୋସଫ୍ଟର କେବଳ ଆମେରିକାରେ ୭୦ରୁ ଅଧିକ ଷ୍ଟୋର ରହିଛି।
ମାଇକ୍ରୋସଫ୍ଟ ଏକ ଇ-ମେଲରେ ଲେଖିଛି, କୋରାନା ଭାଇରସ୍ କାରଣରୁ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆମେ ସମସ୍ତ ଷ୍ଟୋର ବନ୍ଦ କରୁଛୁ। ସମସ୍ତ ମାଇକ୍ରୋସଫ୍ଟ ଷ୍ଟୋରଗୁଡିକ ମାର୍ଚ୍ଚ ୧୭ ରୁ ୩ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିବ।

Comments are closed.