ଅବସର ପର୍ଯ୍ୟନ୍ତ ଘରେ ରହି କାମ କରିପାରିବେ ମାଇକ୍ରୋସଫ୍ଟ କର୍ମଚାରୀ

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟର କର୍ମଚାରୀମାନେ ବର୍ତ୍ତମାନ ଘରୁ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଅନ୍ୟ ଅର୍ଥରେ କହିଲେ, ଯଦି ଜଣେ କର୍ମଚାରୀ ସବୁଦିନ ପାଇଁ ଘରୁ କାମ କରିବାକୁ ଚାହାଁନ୍ତି, ତେବେ ସେ ତାହା କରିପାରିବେ। କମ୍ପାନୀ ଏହାକୁ ବିରୋଧ କରିବ ନାହିଁ।

ଆମେରିକାର ଟେକ୍ ୱେବସାଇଟ୍ ଦି ଭର୍ଜ ଏହାର ରିପୋର୍ଟରେ କହିଛି ଯେ, ଅଧିକାଂଶ ମାଇକ୍ରୋସଫ୍ଟ କର୍ମଚାରୀ ବର୍ତ୍ତମାନ ଘରେ ରହି କାମ କରୁଛନ୍ତି । ଅଫିସ୍ ଖୋଲା ରହିବା ପରେ ମଧ୍ୟ କର୍ମଚାରୀମାନେ ଘରୁ କାମ କରିବାକୁ ଚାହୁଁଛନ୍ତି।

Comments are closed.