ମାଇକ୍ରୋମାକ୍ସ ଇନଫିନିଟି ଏନ୍‍-୧୧ ଏବଂ ଇନଫିନିଟି ଏନ୍‍-୧୨ର ବିକ୍ରି ଆରମ୍ଭ

0

ନୂଆଦିଲ୍ଲୀ : ମାଇକ୍ରୋମାକ୍ସ କମ୍ପାନୀ ବହୁଦିନର ବ୍ୟବଧାନ ପରେ ନିକଟରେ ଦୁଇଟି ନୂଆ ସ୍ମାର୍ଟଫୋନ ଇନଫିନିଟି ଏନ୍‍-୧୧ ଏବଂ ଇନଫିନିଟି ଏନ୍‍-୧୨ ଲଞ୍ଚ କରିଥିଲା। ଏହି ଦୁଇଟି ସ୍ମାର୍ଟପୋନରେ ନଞ୍ଚ ଡିସପ୍ଲେ ସହିତ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ଦିଆଯାଇଛି। ଏବେ ଏହି ଦୁଇଟି ଫୋନର ବିକ୍ରି ଭାରତରେ ଆରମ୍ଭ ହୋଇସାରିଛି। ଏହି ଫୋନ ଦୁଇଟି ଉଭୟ ଅଫଲାଇନ ଏବଂ ଅନଳାଇନ ଷ୍ଟୋରରେ ଉପଲବ୍ଧ ରହିଛି। ଫୋନରେ ୪୦୦୦ଏମ୍‍ଏଚର ବ୍ୟାଟେରୀ ଦିଆଯାଇଛି। ଟିପଚଚିହ୍ନ ସେନସର ମଧ୍ୟ ରହିଛି। ଇନଫିନିଟି ଏନ୍‍-୧୧ର ମୂଲ୍ୟ ୮,୯୯୯ଟଙ୍କା ଏବଂ ଇନଫିନିଟି ଏନ୍‍-୧୨ର ମୂଲ୍ୟ ୯,୯୯୯ଟଙ୍କା। ଫୋନରେ ରିଲାଏନ୍ସ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ ମିଳିବ ଏବଂ ୫୦ଜିବି ଡାଟା ମାଗଣାରେ ପାଇପାରିବେ। ଏଥିପାଇ ୧୯୮ଟଙ୍କା ଏବଂ ୨୯୯ଟଙ୍କାର ଦୁଇଟି ପ୍ଲାନ ନେବାକୁ ପଡିବ।

courtesy-patrika

ମାଇକ୍ରୋମାକ୍ସ ଇନଫିନିଟି ଏନ-୧୧ର ବିଶେଷତ୍ୱ
ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ରହିଛି। ଏଥିରେ ୪୫ଦିନ ମଧ୍ୟରେ ଆଣ୍ଡ୍ରଏଡ ପାଇ ୯.୦ର ଅପଡେଟ ମିଳିବ। ଫୋନରେ ୬.୧୯ର ଏଚଡିପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୫୦୦ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ୧୮.୯:୯। ଏହି ଫୋନରେ ୨ଗିଗାହର୍ଟଜ ମିଡିୟାଟେକର ହିଲିୟୋ ପି-୨୦ପ୍ରୋସେସର ଦିଆଯାଇଛି। ୨ଜିବି ରାମ ସହିତ ୩୨ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ବଢାଇପାରିାବେ। ଫୋନରେ ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିର ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ।

courtesy-sanjeevni today

ଇନଫିନିଟି ଏନ୍‍-୧୨ର ବିଶେଷତ୍ୱ
ଏହି ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ମଳିବ। ଏହି ଫୋନକୁ ମଧ୍ୟ ୪୫ଦିନ ମଧ୍ୟରେ ଆଣ୍ଡ୍ରଏଡ ପାଇ ୯.୦ର ଅପଡେଟ ମିଳିବ। ଏଥିରେ ୬.୧୯ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୫୦୦ ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୮.୯:୯ ରହିଛି। ଫୋନରେ ୨ଗିଗାହର୍ଟଜର ମେଡିୟାଟେକର ହିଲିୟୋ ପି-୨୦ପ୍ରୋସେସର ରହିଛି। ଫୋନରେ ୩ଜିବି ରାମ ସହିତ ୩୨ଜିବି ଷ୍ଟୋରେଜ ମଳିବ। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ବଢାଇପାରିବେ। ଏଥିରେ ଡୁଆଲ ରିୟର କ୍ୟମାରୋ ରହିଛି। ଯାହାର ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ। ଆଗପଟ କ୍ୟାମେରା ୧୬ମେଗାପିକ୍ସେଲ। ସଂଯୋଗ ପାଇଁ ଫୋନରେ ୪-ଜି ଭୋଲଟିଇ, ୱାଇ-ଫାଇ, ଜିପିଏସ୍‍, ମାଇକ୍ରୋ ୟୁଏସବି ଏବଂ ୩.୫ଏମ୍‍ଏଚ୍‍ ର ହେଡଫୋନ ଜ୍ୟାକ୍‍ ରହିଛି।

Leave A Reply