୪ କୋଟି ୬୧ ଲକ୍ଷରେ ବିକ୍ରି ହେଲା ମାଇକେଲ ଜୋର୍ଡାନ୍‍ଙ୍କ ଜୋତା

ନ୍ୟୁୟର୍କ: ବାସ୍କେଟ୍‍ବଲ ଦୁନିଆର ସର୍ବକାଳୀନ ସବୁଠାରୁ ବଡ଼ ନାମ ହେଉଛି ମାଇକେଲ ଜୋର୍ଡାନ୍‍। ୨ ଦଶନ୍ଧି ଧରି ବାସ୍କେଟ୍‍ବଲ ଦୁନିଆରେ ରାଜୁତି କରିଥିଲେ ଜୋର୍ଡାନ୍‍। ନ୍ୟାସନାଲ ବାସ୍କେଟବଲ ଆସୋସିଏସନ୍‍ (ଏନ୍‍ବିଏ)ରେ ଜୋର୍ଡାନଙ୍କ ଖେଳ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହରୁ ଜୋର୍ଡାନଙ୍କ ଲୋକପ୍ରିୟତାର ପ୍ରମାଣ ମିଳିଥାଏ। ମାଇକେଲ ଜୋର୍ଡାନ୍‍ ଖେଳିବା ବେଳେ ପିନ୍ଧିଥିବା ଏକ ଜୋତାକୁ ନିକଟରେ ରେକର୍ଡ ୬୧୫,୦୦୦ ଆମେରିକୀୟ ଡଲାର (ପ୍ରାୟ ୪ କୋଟି ୬୧ ଲକ୍ଷ ଟଙ୍କା)ରେ ନିଲାମ କରାଯାଇଛି। ୩୫ ବର୍ଷ ତଳେ ଜୋର୍ଡାନ୍‍ ଏହି ଜୋତାକୁ ପିନ୍ଧିଥିଲେ। ଉକ୍ତ ଜୋତାକୁ ନାଇକି ନିର୍ମାଣ କରିଥିଲା।

ମାଇକେଲ ଜୋର୍ଡାନଙ୍କୁ ସମ୍ମାନ ଜଣାଇବା ପାଇଁ ନାଇକି ଏହି ଜୋତାର ନାମ ରଖିଥିଲା ‘ଏୟାର ଜୋର୍ଡାନ୍‍ ୧ ହାଇଜ୍‍’। ଏହି ଜୋତାକୁ ଜୋର୍ଡାନ୍‍ ୧୯୮୫ରେ ଇଟାଲୀରେ ଏକ ପ୍ରଦର୍ଶନୀ ମ୍ୟାଚ୍‍ରେ ଜୋର୍ଡାନ୍‍ ଏହି ଜୋତା ପିନ୍ଧିଥିଲେ। ଉକ୍ତ ମ୍ୟାଚ୍‍ରେ ଜୋର୍ଡାନ୍‍ ବଲ୍‍କୁ ଏତେ ଜୋର୍‍ରେ ମାରିଥିଲେ ଯେ ନେଟ୍‍ ଲାଗିଥିବା ବ୍ୟାକ୍‍ବୋର୍ଡର କାଚ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ଉକ୍ତ କାଚରୁ ଏକ ଛୋଟ ଖଣ୍ଡ ଉକ୍ତ ଜୋତାରେ ଲାଗି ରହିଥିଲା। ଜୋତାର ନିଲାମ ବେଳେ ମଧ୍ୟ ଉକ୍ତ କାଚ ଖଣ୍ଡ ଜୋତାରେ ଲାଗି ରହିଥିବା ଦେଖିବାକୁ ମିଳିଥିଲା।

Comments are closed.