ପ୍ରଥମ ଥରପାଇଁ ଏମ୍‌ଆଇ ୧୭ଭି୫ ହେଲିକପ୍ଟରକୁ ଚଳାଇଲେ ବାୟୁସେନାର ମହିଳା ସଦସ୍ୟ

ନୂଆଦିଲ୍ଲୀ . – ଏବେ ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ ପଛରେ ନାହାନ୍ତି। ଅନେକ କ୍ଷେତ୍ରରେ ଏମାନେ ପୁରୁଷଙ୍କଠାରୁ ଆଗରେ । ବାୟୁସେନାର ଏମ୍‌ଆଇ ୧୭ଭି୫ ଯୁଦ୍ଧ ହେଲିକାପ୍ଟରକୁ ବାୟୁସେନାର ମହିଳା ସଦସ୍ୟମାନେ ଚଳାଇଛନ୍ତି। ଦକ୍ଷିଣପଶ୍ଚିମ ଏୟାରକମାଣ୍ଡ ମହିଳା ସଦସ୍ୟମାନେ ଏମ୍‌ଆଇ ୧୭ଭି୫କୁ ଚଳାଇଥିଲେ । ଭାରତୀୟ ବାୟୁସେନାରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି ।

ଏମ୍‌ଆଇ ୧୭ଭି୫ହେଲିକପ୍ଟର ଉଡଣାରେ କ୍ୟାପଟେନ୍‌ ଫ୍ଲାଇଟ ଲେଫନାଣ୍ଟ ପାରୁଲ ଭରଦ୍ୱାଜ, ଫ୍ଲାଇଙ୍ଗ ଅଫିସର ଅମନ ନିଧି , ଫ୍ଲାଇଙ୍ଗ ଲେଫନାଣ୍ଟ ହିନା ଜୟସ୍ୱାଲ ପ୍ରମୁଖ ରହିଥିଲେ । ଭାରତୀୟ ବାୟୁସେନାର ମହିଳା ସଦସ୍ୟମାନେ ଗତ ଦୁଇ ଦଶକ ଅଲଗା ଅଲଗା ଯୁଦ୍ଧ ବିମାନ ଉଡାଇଛନ୍ତି । ଭାରତୀୟ ବାୟୁସେନାରେ ଏବେ ୯୪ ଜଣ ମହିଳା ପାଇଲଟ ଅଛନ୍ତି ।

Comments are closed.