ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ, ଈଶାନ ଓ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ

ଆବୁଧାବି: ଆଇପିଏଲର ଶୁକ୍ରବାର ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳ ଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୪୨ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମ୍ୟାଚ ଜିତିଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫରୁ ବାଦ ପଡ଼ିଛି। ଯଦି ମୁମ୍ବାଇ ଇଣ୍ଡିଆନ୍ସ ୧୭୧ ରନରେ ହାଇଦ୍ରାବାଦକୁ ପରାସ୍ତ କରିଥାନ୍ତା ‌ତେବେ ପ୍ଲେ-ଅଫ୍ ଯୋଗ୍ୟତା ହାସଲ କରିଥାଆନ୍ତା। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଇଉକେଟ ହରାଇ ୨୩୫ ରନ୍ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ୮ ଉଇକେଟ୍ ହରାଇ ୧୯୩ ରନ୍ କରିଥିଲା। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୪୨ ରନରେ ବିଜୟ ହାସଲ କରିଥିଲା।

ମୁମ୍ବଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର ଈଶନ କିଷନ ବିସ୍ପୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ମୁମ୍ବଇ ୬ ଓଭରରୁ ୧ ୱିକେଟରେ ୮୧ରନ କରିଥିଲା। ରୋହିତ ଶର୍ମା ୧୮ରନ କରି ଆଉଟ୍‌ ହୋଇଥିବାବେଳେ ଈଶନ କିଷନ ୧୬ଟି ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ମୁମ୍ବଇ ୭.୧ ଓଭରରେ ୧୦୦ରନ ପୂରଣ କରିଥିଲା। ଈଷନ ୩୨ଟି ବଲରୁ ୧୧ଟି ଚୌକା ଓ ୪ଟି ଛକା ସହାୟତାରେ ୮୪ ରନ କରି ଆଉଟ୍‌ ହୋଇଥିଲେ। ଈଶନଙ୍କ ୱିକେଟ ପରେ ଦଳର ରନ୍ ଗତି ଧିମା ହୋଇଯାଇଥିଲା। ହାର୍ଦିକ ପାଣ୍ଡ୍ୟା ୧୦,କିରନ ପୋଲାର୍ଡ ୧୩ ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବଇ ୨୦ ଓଭରରେ ୯ ୱିକେଟ ହରାଇ ୨୩୫ରନ କରିବାକୁ ସକ୍ଷମ ହୋଇଥିଲା। ସୂର୍ଯ୍ୟକୁମାର ଯାଦବ ୪୦ଟି ବଲରୁ ୧୩ଟି ଚୌକା, ୩ଟି ଛକା ସହାୟତାରେ ୮୨, କ୍ରୁନାଲ ପାଣ୍ଡ୍ୟା ୯, କୌଟର ନାଇଲ୍‌ ୩ରନ କରି ଆଉଟ୍‌ ହୋଇଥିବାବେଳେ ଯଶପ୍ରୀତ ବୁମ୍‌ରା ୫ରନ କରି ଅପରାଜିତ ରହିଥିଲେ। ସନରାଇଜର୍ସ ହାଇଦରାବାଦ୍‌ ପକ୍ଷରୁ ଜାସନ ହୋଲ୍ଡର ୪ଟି, ରସିଦ୍‌ ଖାନ ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ଓ ଉମରାନ ମଲିକ ଗୋଟିଏ ୱିକେଟ ନେଇଥିଲେ।

 

Comments are closed.