ଦିଲ୍ଲୀ କ୍ୟାପିଟାଲସ୍-ମୁମ୍ବଇ ଇଣ୍ଡିଆନସ୍ ମଧ୍ୟରେ ମୁକାବିଲା; ଟସ୍ ଜିତି ମୁମ୍ବଇର ବୋଲିଂ ନିଷ୍ପତ୍ତି

ଶନିବାରର ପ୍ରଥମ ମ୍ୟାଚ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ। ଦୁବାଇରେ ପ୍ରଥମ ମ୍ୟାଚରେ ଦିଲ୍ଲୀ-ମୁମ୍ବଇକୁ ଭେଟୁଛି। ମୁମ୍ବଇ ଇଣ୍ଡିଆନସର ଅଧିନାୟକ କିରନ୍‌ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବଇ ଇଣ୍ଡିଆନ୍‌ସ ଏକମାତ୍ର ଦଳ ଭାବେ ପ୍ଳେ ଅଫ୍‌ରେ ପ୍ରବେଶ କରିଥିବାବେଳେ ଚେନ୍ନଇ ସୁପରକିଙ୍ଗ୍‌ସ ପ୍ଲେ ଅଫରୁ ବାଦ୍‌ ପଡ଼ିଛି। କିରନ୍‌ ପୋଲାର୍ଡଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୧୨ଟି ମ୍ୟାଚରୁ ୮ଟି ବିଜୟ ଓ ୪ଟି ପରାଜୟ ସହ ୧୬ ପଏଣ୍ଟ ପାଇ ପ୍ଳେ ଅଫରେ ପ୍ରବେଶ କରିଛି। ଦଳ ଏବେ ଶୀର୍ଷ ସ୍ଥାନ ଉପରେ ନଜର ରଖିଛି। ଅନ୍ୟପକ୍ଷରେ ଶ୍ରେୟସ ଆୟାରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୨ଟି ମ୍ୟାଚରୁ ୭ଟି ବିଜୟ ଓ ୫ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଆଉ ଗୋଟିଏ ବିଜୟ ଆବଶ୍ୟକତା ରହିଛି। ଶେଷ ମ୍ୟାଚରେ ଦଳ ସନରାଇଜର୍ସ ହାଇଦରାବାଦ ନିକଟରୁ ପରାଜିତ ହୋଇଥିବାବେଳେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ପ୍ଳେ ଅଫକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି।

ଆଜି ସାରଜାରେ ଦ୍ବିତୀୟ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ।

Comments are closed.