ଭାରତୀୟ ବଜାରରେ ପ୍ରବେଶ କରିବ ୧୦୮ ମେଗାପିକ୍ସେଲ କ୍ୟାମେରା ସହ  ‘ଏମଆଇ  ନୋଟ-୧୦ ପ୍ରୋ’

ନୂଆଦିଲ୍ଲୀ : ଚିନ ସ୍ବାର୍ଟ ଫୋନ କମ୍ପାନୀ ଜିଓମି ନୋଟ ୧୦ ସିରିଜ  ‘ଏମଆଇ ନୋଟ-୧୦ ପ୍ରୋ’ ଭାରତରେ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି। ଏହି ସ୍ବାର୍ଟ ଫୋନ ଭାରତରେ ଲଞ୍ଚ କରିବ ପୂର୍ବରୁ ସ୍ପେନ ବଜାରରେ ପ୍ରବେଶ କରି ସାରିଛି। ରିପୋର୍ଟ ମୁତାବକ, ଜିଓମି କମ୍ପାନୀ ୨୦୨୦ ବର୍ଷର ପ୍ରଥମ ମାସରେ ଭାରତୀୟ ବଜାରକୁ ଛାଡିପାରେ। ଏହି ମୋବାଇଲରେ ୧୦୮ ମେଗାପିକ୍ସେଲ କ୍ୟାମେରା ସହ ପ୍ରାଇମେରି ସେନସର , ଏଚଡି ଡିସପ୍ଲେ ଦିଆଯାଇଛି।

‘ଏହି ନୋଟ ୧୦ ପ୍ରୋ’ର ମୂଲ୍ୟ ଭାରତୀୟ ବଜାରରେ ୫୦ ହଜାରରୁ ୫୫ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୮ ଜିବି ରାମର ମୋବାଇଲର ଦାମ ସ୍ପେନରେ ୬୪୯ ୟୁର ଥିଲା ଯାହର ଭାରତୀୟ ମୁଦ୍ରା ୫୧ ହଜାର ଟଙ୍କା। ଏହି ମୋବାଇଲ ଗ୍ରାହକଙ୍କ ପାଇଁ ବଜାରରେ ୩ଟି ରଙ୍ଗରେ ଉପଲବ୍ଧ କରାଯାଇଛି।

 ଏହି ଫୋନରେ ୬.୪୭ ଇଞ୍ଚର ଏଚଡି ଡିସପ୍ଲେ ସହ ଅକ୍ଟାକୋର କ୍ବାଲକ୍ବାମ ସ୍ନାପଡ୍ରାଗନ ୭୩୦ଜିର ପ୍ରୋସେସର ଦିଆଯାଇଛି। ଏମାଆଇ ନୋଟ ୧୦ ପ୍ରୋରେ ପାଞ୍ଚଟି କ୍ୟାମେରା ଦିଆଯାଇଛି। ଏହି ପାଞ୍ଚଟି କ୍ୟାମେରାର କାମ ଅଲଗା ଅଲଗା ରହିଛି। ପ୍ରଥମ କ୍ୟାମେରା ୧୦୮ ମେଗାପିକ୍ସେଲ ଦିଆଯାଇଥିବାବେଳ , ଦ୍ବିତୀୟ କ୍ୟାମେରାଟି ୨୦ ମେଗାପିକ୍ସେଲର ଓ୍ବାଇଡ ଲେନ୍ସ, ତୃତୀୟଟି ୧୨ ମେଗାପିକ୍ସେଲର ଟେଲିଫୋଟୋ ଲେନ୍ସ, ଚତୁର୍ଥ କ୍ୟାମେରା ୫ ମେଗାପିକ୍ସେଲର ଟେଲିଫଟୋ ଲେନ୍ସ ଏବଂ ପଞ୍ଚମ କ୍ୟାମେରା ଦୁଇ ମେଗାପିକ୍ସେଲର ମାଇକ୍ରୋ ଲେନ୍ସ ଦିଆଯାଇଥିବା ବେଳେ ସେଲଫି କ୍ୟାମେରା ପାଇଁ ୩୨ ମେଗାପିକ୍ସେଲ ଦିଆଯାଇଛି।

ଏହି ମୋବାଇଲରେ ୩୦ ଓ୍ବାଟର ଶୀଘ୍ର ଚାର୍ଜର ବ୍ୟବସ୍ଥା ସହ ୫,୨୬୦ ଏମଏଚର ବ୍ୟାଟେରୀ ଦିଆଯାଇଛି।

Comments are closed.