ଆମାଜନ୍‍ରେ ବିକ୍ରିହେବ ‘ଜିଓମି ଏମ୍‍ଆଇ ଏ-୨’

0

ନୂଆଦିଲ୍ଲୀ : କିଛିଦିନତଳେ ଜିଓମିର ମଡେଲ୍‍ ‘ଏମ୍‍ଆଇ ଏ-୨’ ଚୀନ ବଜାରରେ ପ୍ରବେଶ କରି ସାରିଛି। ଏହି ମଡେଲ୍‍ ଅଗଷ୍ଟ ମାସ ୮ତାରିଖରେ ଭାରତୀୟ ବଜାରକୁ ଆସିବ। ଏହି ଫୋନ୍‍ ‘ଆମାଜନ୍‍ ଇଣ୍ଡିଆ’ରେ ବିକ୍ରିହେବ। ‘ଆମାଜନ୍‍ ଇଣ୍ଡିଆ’ରେ ଏହି ଫୋନ ପାଇଁ ଏକ ପେଜ୍‍ ଖୋଲାଯାଇଛି ଏବଂ ଏଥିରେ ‘ନୋଟିଫାଏ ମିି’ ର ବଟମ୍‍ ମଧ୍ୟ ଦୃଶ୍ୟମାନ ହେଉଛି। ଏହା ବ୍ୟତୀତ ଏହି ପେଜ୍‍ରେ ଫୋନ୍‍ର ବିଶେଷତ୍ୱ ବାବଦରେ କିଛି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ‘ଜିଓମି ଏମ୍‍ଆଇ ଏ-୨’ ର ୪ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ୍‍ର ଏହି ମଡେଲ୍‍ ଭାରତରେ ଲଞ୍ଚ୍‍ ହେବନାହିଁ। କିନ୍ତୁ ଏହାର ୬ଜିବି ରାମ୍‍ ଏବଂ ୧୨୮ଜିବି ଷ୍ଟୋରେଜ୍‍ ର ମଡେଲ୍‍ ଭାରତରେ ଲଞ୍ଚ୍‍ କରାଯିବ। ଏହି ଫୋନ୍‍ ସୁନେଲୀ, କଳା ଏବଂ ନୀଳ ରଙ୍ଗରେ ଉପଲବ୍ଧ ହେବ।
‘ଏମ୍‍ଆଇ ଏ-୨’ର ବିଶେଷତ୍ୱ
ଏଥିରେ ୫.୯୯ଇଞ୍ଚ୍‍ର ଫୁଲ ଭ୍ୟୁ ଡିସପ୍ଲେ ରହିଛି। ଏହାବ୍ୟତିତ ଏଥିରେ ଆକ୍ଟାକର୍‍ ସ୍ନାପଡ୍ରାଗନ୍‍ ୬୬୦ ପ୍ରୋସେସର ଦିଆଯାଇଛି। ଏଥିରେ ୬ଜିବି ରାମ୍‍ ଏବଂ ୧୨୮ଜିବି ଷ୍ଟୋରେଜ୍‍ ମିଳିବ।
‘ଏମ୍‍ଆଇ ଏ-୨’ର କ୍ୟାମେରା
ଏହି ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ୨୦ମେଗାପିକ୍ସେଲ୍‍ର କ୍ୟାମେରା ଏବଂ ଏହାର ଆଗପଟ କ୍ୟାମେରା ୨୦ମେଗାପିକ୍ସେଲ ଏବଂ ୧୨+୨୦ମେଗାପିକ୍ସେଲର କ୍ୟାମେରା ରହିବ। ଉଭୟ କ୍ୟାମେରାରେ ଫ୍ଲାସଲାଇଟ୍‍ ସୁବିଧା ରହିଛି। ଏହି ଫୋନ୍‍ ସହିତ ବ୍ୟାକ୍‍ କଭର ମାଗଣାରେ ପାଇପାରିବେ। ଏଥିରେ ବ୍ଲୁ-ଟୁଥ ୫.୦ ରହିଛି। ଏଥିରେ ଆଣ୍ଡ୍ରୋଏଡ ୱାନ୍‍ ପାଇପାରିବେ। ଏଥିରେ ଟିପ ଚିହ୍ନ ସେନସର୍‍ ରହିଛି। ଏଥିରେ ୩୦୧୦ ଏମ୍‍ଏଚ୍‍ ବ୍ୟାଟେରୀ ଦିଆଯାଇଛି।
‘ଏମ୍‍ଆଇ ଏ-୨’ର ମୂଲ୍ୟ
ଏହାର ମୂଲ୍ୟ ୨୪୯ ଚୀନ ୟାନ ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୨୦,୦୦୦ଟଙ୍କା ହେବ। ଏହି ମୂଲ୍ୟରେ ଆପଣ ୪ଜିବି ରାମ୍‍ ସହିତ ୩୨ଜିବି ଷ୍ଟୋରେଜ୍‍ ପାଇପାରିବେ। ସେହିପରି ୪ଜିବି ରାମ୍‍ରେ ୬୪ଜିବି ଷ୍ଟୋରେଜ୍‍ ର ମୂଲ୍ୟ ୨୭୯ ଚୀନ ୟାନ, ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୨୨,୫୦୦ଟଙ୍କା ରଖାଯାଇଛି ଏବଂ ୬ଜିବି ରାମ୍‍ ସହିତ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୩୪୯ ଚୀନ୍‍ ୟାନ୍‍ , ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୨୮,୦୦୦ଟଙ୍କା।

Leave A Reply