‘ଏମଆଇ -୧୦ ଲାଇଟ’ ୫ଜି ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ଜିଓମି ୟୁରୋପରେ ‘ଏମଆଇ -୧୦ ଲାଇଟ’ ୫ଜି ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଉପଭୋକ୍ତାମାନେ ଏହି ଫୋନରେ ୱାଟର ଡ୍ରପ୍ ଷ୍ଟାଇଲ୍ ନଚ୍, ଲାଟେଷ୍ଟ୍ ପ୍ରୋସେସର୍ ଏବଂ ଚାରୋଟି କ୍ୟାମେରା ପାଇବେ । ତେବେ ଅନ୍ୟ ଦେଶର ଗ୍ରାହକଙ୍କୁ ଏହି ଫୋନ୍ ପାଇଁ ଟିକେ ଅପେକ୍ଷା କରିବାକୁ ପଡିବ ।

ତେବେ ଏମଆଇ -୧୦ ଲାଇଟ ୫ଜି ସ୍ମାର୍ଟଫୋନର ମୂଲ୍ୟ ୩୪୯ୟୁରୋ ବା ପ୍ରାୟ ୨୯,୦୦ଟଙ୍କା ରହିଛି । ଏହି ଫୋନକୁ ଚରୋଟି କଲରରେ ବଜାରକୁ ଛଡାଯାଇଛି।

ଏହି ଫୋନରେ ୬.୬୭ ଇଞ୍ଚର ଅଲମଣ୍ଡ ଡିସପ୍ଲେ ସହ ୱାଟର ଡ୍ରପ୍ ନଚ ଡିସପ୍ଲେ ମଧ୍ୟ ରହିଛି ।  ଉନ୍ନତ ପ୍ରଦର୍ଶନ ପାଇଁ କ୍ୱାଲକମ୍ ସ୍ନାପଡ୍ରାଗନ ପ୍ରୋସେର ମଧ୍ୟ ଦିଆଯାଇଛି। କିନ୍ତୁ ଏହାର ରାମ ଓ ଷ୍ଟୋରେଜ୍ ବିଷୟରେ ସୂଚନା ମିଳିପାରିନାହିଁ ।

କମ୍ପାନୀ ଏହି ଫୋନରେ ୪ଟି କ୍ୟାମେରା ଦେଇଛି, ଯାହାର ପ୍ରାଥମ କ୍ୟାମେରା ବା ଲେଲ୍ସଟି ୪୮ ମେଗାପିକ୍ସେଲ ରହିଥିବାବେଲେ ଅନ୍ୟ ଲେନ୍ସ ବିଷୟରେ ସୂଚନା ମିଳି ନାହିଁ। ଏହାସହ ୧୬ ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି।

ଏହି ମୋବାଇଲ ଫୋନରେ ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ୟୁଏସବି ଟାଇପ୍-ସି ଦିଆଯିାଇଛି। ଏହା ବ୍ୟତୀତ, ଉପଭୋକ୍ତାମାନଙ୍କୁ ଏହି ଫୋନରେ ୪,୧୬୦ ଏମଏଚର ବ୍ୟାଟେରୀ ଦିଆଯାଇଛି । ଯାହାକି୨୦ ୱାଟର ଫାଷ୍ଟ ଚାର୍ଜିଂ କରିବାରେ ସକ୍ଷମ ଅଟେ ।

 

Comments are closed.