“ଏମଆଇ-୧୦-୫ଜି”ର ବଜାର ପ୍ରବେଶ

ଦମଦାର ପ୍ରୋସେସରସହ ୧୦୮ ମେଗାପିକ୍ସେଲର କ୍ୟାମେରା

ନୂଆଦିଲ୍ଲୀ : ଜିଓମି କମ୍ପାନୀର ଏକ ନୂତନ ସ୍ମାର୍ଟଫୋନ ଏମଆଇ-୧୦-୫ଜି  (Mi 10 5G)  ଶନିବାର ଭାରତୀୟ ବଜାରରେ ପ୍ରବେଶ କରିଛି। ଉପଭୋକ୍ତାମାନଙ୍କ ପାଇଁ  ଏହି ସ୍ମାର୍ଟଫୋନରେ ଦମଦାର ପ୍ରୋସେସର ସହ ୧୦୮ ମେଗାପିକ୍ସେଲର କ୍ୟାମେରା ପ୍ରଦାନ କରାଯାଇଛି।

ଏହି ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ୨ଟି ଭାଗରେ ଛଡ଼ା ଯାଇଛି। ଗୋଟିଏ  ୮ ଜିବି ରାମ୍ + ୧୨୮ ଜିବି ଷ୍ଟୋରେଜର ହୋଇଥିବା ବେଳେ ଅନୟଟି  ୮ ଜିବି ରାମ୍ + ୨୫୬ ଜିବି ଷ୍ଟୋରେଜ ରହିଛି। ଯାହାର ଭାରତୀୟ ବଜାରର ମୂଲ୍ୟ ୪୯,୦୦୦ ଟଙ୍କା କହିଥିବା ବେଳେ ୨୫୬ ଜିବି ଷ୍ଟୋରେଜ କ୍ଷମତା ରଖୁଥିବା ମୋବାଇଲର ମୂଲ୍ଦାୟ ମ ୫୪,୯୯୯ ଟଙ୍କା ରହିଛି। ଏହି ସ୍ମାର୍ଟଫୋନକୁ ଆପଣ ଏମଆଇ ଷ୍ଟୋର କିମ୍ବା ଆମାଜନ୍ ଇଣ୍ଡିଆରୁ କିଣିପାରିବେ। ଏଥି ସହିତ ଏହି ସ୍ମାର୍ଟଫୋନର ପ୍ରି-ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଏଚଡିଏଫସିର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ଏହି ସ୍ମାର୍ଟଫୋନ୍ କିଣିବାରେ ୩୦୦୦ ଟଙ୍କାର କ୍ୟାସବ୍ୟାକ୍ ସହିତ ୧୦,୦୦୦ ଏମଏଚର ପାୱାର୍ ବ୍ୟାଙ୍କ ପାଇପାରିବେ।

ଏହି ସ୍ମାର୍ଟଫୋନରେ ୬.୬୭ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଡିସପ୍ଲେ ଦିଆଯାଇଛି। ଯାହାର ରେଜୋଲ୍ୟୁସନ ୧୦୮୦ X ୨୩୪୦ ପିକ୍ସେଲ ରହିଛି। ଆହୁରି ମଧ୍ୟ ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୬୫ର ଦମଦାର ପ୍ରୋସେସରର ମଧ୍ୟ ରହିଛି।

ଉପଭୋକ୍ତାମାନଙ୍କୁ ଏହି ସ୍ମାର୍ଟଫୋନରେ ଏକ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି । ଯେଉଁଥିରେ  ୧୦୮ ମେଗାପିକ୍ସେଲର ପ୍ରାଥମିକ ସନସର , ୧୩ ମେଗାପିକ୍ସେଲର ୱାଇଡ୍ ଆଙ୍ଗଲ୍ ଲେନ୍ସ, ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ ଏବଂ ୨ ମେଗାପିକ୍ସେଲ ଡେଏଫତ୍ ସେନସର ରହିଛି। ଏହା ବ୍ୟତୀତ ସେଲଫି କ୍ୟାମେରା ପାଇଁ ୨୦ ମେଗାପିକ୍ସେଲର ଲେନ୍ସ ଦିଆଯାଇଛି ।

ଏହାବ୍ୟତୀତ ଏହି ସ୍ମାର୍ଟଫୋନରେ  ୫ଜି , ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ୍ ଭର୍ସନ୍ ୫.୧, ଜିପିଏସ୍, ଏନଏଫସି ଏବଂ ୟୁଏସବି ପୋର୍ଟ ଟାଇପ୍-ସିର ଫିଚର ଦଆଯାଇଛି। ଏହାସହ  ୪,୭୮୦ ଏମଏଚର ବ୍ୟାଟେରୀସହ ୧୦ ଓ୍ବାଟର ଫାଷ୍ଟ ଚାର୍ଜିଂର ସୁବିଧା ମଧ୍ୟ ରହିଛି।

Comments are closed.