ରାଜ୍ୟକୁ ମିଳିଲା ୫୦୦ କୋଟିର ଅମ୍ପନ ସହାୟତା ରାଶି

ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଞ୍ଜୁର କଲା ଅର୍ଥ

ଭୁବନେଶ୍ବର : ରାଜ୍ୟକୁ  ୫୦୦ କୋଟିର ଅମ୍ପନ ସହାୟତା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଏହି ସହାୟତା ରାଶି ପଠାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବା ପରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟକୁ ୫୦୦ କୋଟି ଟଙ୍କାର ଏହି ସହାୟତା ସଂପର୍କରେ ଘୋଷଣା କରିଥିଲେ । ଆଜି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ଅର୍ଥ ମଞ୍ଜୁର କରିଛି।

ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟ ରିଲିଫ କମିଶନର ପ୍ରଦୀପ ଜେନା ଟ୍ବିଟ ଯୋଗେ ଏହି ସୂଚନା ଦେଇଛନ୍ତି।

Comments are closed.