ଅନ୍ତଃଦେଶୀୟ ଯାତାୟାତ ପାଇଁ ଏସଓପି ଜାରି କଲା ଗୃହ ମନ୍ତ୍ରାଳୟ

ସମାଜ ପୋର୍ଟାଲ ଡେସ୍କ: କୋଭିଡ-୧୯ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଅନ୍ତର୍ଜାତୀୟ ଯାତ୍ରାକୁ ନିଷିଦ୍ଧ କରାଯାଇଥିବା ଯୋଗୁ ନିଯୁକ୍ତି, ଅଧ୍ୟୟନ, ଇଣ୍ଟର୍ଣ୍ଣସିପ, ପର୍ୟ୍ୟଟନ, ବ୍ୟବସାୟ ଆଦି ବିଭିନ୍ନ କାରଣରୁ ଲକଡାଉନ ପୂର୍ବରୁ ବିଦେଶ ଯାତ୍ରା କରିଥିବା ବହୁସଂଖ୍ୟକ ଭାରତୀୟ ନାଗରିକ ସେଠାରେ ଅଟକି ରହିଯାଇଛନ୍ତି। ଦୀର୍ଘଦିନ ଧରି ବିଦେଶରେ ଅନିଚ୍ଛାକୃତ ଭାବେ ରହିବା କାରଣରୁ ସେମାନେ ମାନସିକ ଚାପ ମଧ୍ୟରେ ରହିଛନ୍ତି ଓ ଭାରତକୁ ଫେରିବା ଲାଗି ବ୍ୟଗ୍ର ହେଉଛନ୍ତି। ଏହାଛଡା ଅନ୍ୟ ଭାରତୀୟ ନାଗରିକମାନେ ଅଛନ୍ତି ଯେଉଁମାନେ ଜରୁରି ଚିକିତ୍ସା ଏବଂ ପରିବାର ସଦସ୍ୟଙ୍କ ପରଲୋକ କାରଣରୁ ଭାରତକୁ ଆସିବା ଲାଗି ଚାହୁଁଛନ୍ତି। ଅନ୍ୟ ପକ୍ଷରେ ଭାରତରେ ବହୁ ଲୋକ ଫସି ରହିଛନ୍ତି ଯେଉଁମାନେ ବିଭିନ୍ନ ଜରୁରି କାରଣରୁ ଭାରତ ବାହାରକୁ ଯିବା ଲାଗି ଚାହୁଁଛନ୍ତି।
ଏଭଳି ଲୋକମାନଙ୍କୁ ଯାତ୍ରା ସୁବିଧା ଯୋଗାଇ ଦେବା ନିମନ୍ତେ, ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି। ଭାରତ ଫେରିବାକୁ ଚାହୁଁଥିବା ଭାରତୀୟ ନାଗରିକ, ଦେଶ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ଯାତ୍ରା ସୁବିଧା ଯୋଗାଇ ଦେବା ନିମନ୍ତେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷଙ୍କୁ ଆଦେଶ ଦିଆଯାଇଛି।