ଲକଡାଉନ ୩.0 : ଅରେଞ୍ଜ ଜୋନରେ ଲୋକ ଏବଂ ଯାନବାହାନ ଚାଳାଚଳ ନେଇ ଗୃହ ମନ୍ତ୍ରଣାଳୟର ସ୍ପଷ୍ଟିକରଣ
https://pib.gov.in/PressReleasePage.aspx?PRID=1620095) ।
ଏସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିମ୍ନ ସ୍ପଷ୍ଟିକରଣ ଦେଇ କହିଛି :-
ଅରେଞ୍ଜ ଜୋନଗୁଡିକରେ ଦେଶସାରା ବନ୍ଦ ରହୁଥିବା କାର୍ଯ୍ୟକଳାପ ସହିତ ଜିଲ୍ଲା ମଧ୍ୟରେ ଏବଂ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ ରହିବ ।ଏଥିସହିତ ଆଉ ଦୁଇଟି କାର୍ଯ୍ୟକୁ ମଧ୍ୟ କଟକଣା ସହିତ ଅନୁମତି ଦିଆଯାଇଛି । ସେଗୁଡିକ ହେଉଛି –
- ଡ୍ରାଇଭର ଏବଂ ଦୁଇଜଣ ପାସେଞ୍ଜରଙ୍କୁ ନେଇ କେବଳ ଟ୍ୟାକ୍ସି ଚଳାଚଳକୁ ଅନୁମତି
- ଅନୁମତି ମିଳିଥିବା କାର୍ଯ୍ୟ ପାଇଁ ଉଭୟ ବ୍ୟକ୍ତି ଓ ଯାନବାହନକୁ ଆନ୍ତଃଜିଲ୍ଲା ଚଳାଚଳ ପାଇଁ ଅନୁମତି ମିଳିବ । ଏହି କ୍ଷେତ୍ରରେ ଚାରିଚକିଆ ଯାନରେ ଡ୍ରାଇଭର ସହିତ ଅତି ବେଶୀରେ ଦୁଇଜଣ ଯାତ୍ରୀ ଯାତ୍ରା ଯାଇପାରିବେ ।
ଅରେଞ୍ଜ ଜୋନରେ ଅନ୍ୟ ସମସ୍ତ କାର୍ଯ୍ୟକଳାପକୁ ବିନା କଟକଣାରେ ଅନୁମତି ମିଳିବ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସ୍ଥାନୀୟ ସ୍ଥିତିର ସମୀକ୍ଷା ଅନୁସାରେ ଅନୁମତି ମିଳିଥିବା କାର୍ଯ୍ୟକଳାପ ସଂଖ୍ୟାକୁ କମ କରିପାରିବେ ।
Comments are closed.