ଏମଜିଏନଆରଇଜିଏସ କାର୍ଯ୍ୟ ଫଳକରେ ବ୍ୟାପକ ତ୍ରୁଟି

ପାପଡାହାଣ୍ଡି : ଏମଜିଏନଆରଇଜିଏସ କାର୍ଯ୍ୟ ଫଳକରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ବୋର୍ଡରେ ଅନ୍ୟ ବ୍ଲକର ନାମ ଲେଖାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।|
ଏମଜିଏନଆରଇଜିଏସ କାର୍ଯ୍ୟରେ କାମ ଫଳକରେ  ଭୁଲ ତଥ୍ୟ ଦର୍ଶାଇ  କାମ କରାଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଁଗୁଡା ଗ୍ରାମ ଠାରୁ ସ୍ମଶାନ ରାସ୍ତା ନିର୍ମାଣ କାର୍ଯ୍ୟରେ। ପାପଡାହାଣ୍ଡି ବ୍ଲକ ଅଧୀନରେ ଥିବା ଡଙ୍ଗରା ଗ୍ରାମପଞ୍ଚାୟତକୁ  କାର୍ଯ୍ୟ ଫଳକରେ କୋଷାଗୁମଡା ବ୍ଲକ ବୋଲି ଦର୍ଶାଯାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି  ଯୋଜନାରେ୨୦୨୦-୨୧ରେ ୮ ଲକ୍ଷ ଟଙ୍କା ବ୍ୟୟରେ ଭେଲୁଆଁଗୁଡା  ରାସ୍ତା କାମ ଜାରି ରହିଛି।. ଏହାର ୱର୍କ କୋଡ଼ ୧୦୪୫୪୪୮୦ ରହିଛି । ପାପଡାହାଣ୍ଡି ବ୍ଲକ ବଦଳରେ ସୂଚନା ଫଳକରେ କୋଷାଗୁମୁଡା ଲେକାହେବା ଲୋକଙ୍କ ସନ୍ଦେହ ବଢ଼ାଇଦେଇଛି। ଏହାର ପ୍ରକୃତ ତଦନ୍ତ ଦାବି ହୋଇଛି। ଏ ନେଇ ସହକାରୀ ଯନ୍ତ୍ରୀ ଅଭିମନ୍ୟୁ ବେହେରାଙ୍କୁ ପଚାରିବାରୁ ସେ ଘଟଣା ସ୍ଥଳକୁ ଯାଇ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Comments are closed.