ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବୃକ୍ଷରୋପଣ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ବରପୁଟ ଗ୍ରାମ ପଞ୍ଚାୟତର ରବିବାର ଏକ ସଂକ୍ଷିପ୍ତ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଥୁରିପଡା ସ୍ଥିତ ମହାବେରଣା ଉଚ୍ଚ ବିଦ୍ୟାପୀଠ ପରିସରରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏହି କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ବେହେରା ଯୋଗଦେଇ ବୃକ୍ଷରୋପଣ କରି ଏହାର ଦାୟିତ୍ୱ ଓ ଯାହା ନେବାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ମଧୁସୂଦନ ମହାପାତ୍ର, ପଞ୍ଚାୟତ ଅଧିକାରୀ ଦାସରଥି ଜେନା, ଜିଆରଏସ୍ କୀର୍ତ୍ତିରଂଜନ ପ୍ରଧାନ, ସୂଚିତ୍ରା ମନ୍ତ୍ରୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ।

Comments are closed.