ମନରେଗା ମଜୁରି – ଶ୍ରମିକଙ୍କ ପିଛା ବଢିଲା ୨୦ ଟଙ୍କା

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହି ସଂକଟ କାଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ଏବଂ ସେମାନଙ୍କୁ ଅଧିକ ବେତନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥି ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ୪ ହଜାର ୪୩୧ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହା ସହିତ ଏହି ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରି ଏପ୍ରିଲ ପହିଲାରୁ ଜଣପିଛା ଦୈନିକ ହାରାହାରି ୨୦ ଟଙ୍କା ବୃଦ୍ଧି କରାଯାଇଛି।

ଏହି ଯୋଜନାରେ ତଫସିଲଭୁକ୍ତ ଜାତି, ଜନଜାତି, ଗରିବ, କ୍ଷୁଦ୍ର ଓ ନାମପାତ୍ର ଚାଷୀ ଏବଂ ମହିଳା ପ୍ରଧାନ ପରିବାରର ମହିଳାମାନେ ଅଧିକ ସଂଖ୍ୟାରେ କାମ କରି ସିଧାସଳଖ ଉପକୃତ ହୋଇଥାନ୍ତି। ସେମାନଙ୍କୁ ଏଭଳି ସଂକଟ କ୍ଷଣରେ କାମ ଯୋଗାଇବା ସହ ଅଧିକ ମଜୁରି ପ୍ରଦାନ କରି ସରକାର ଉପକୃତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସାମ୍ପ୍ରତିକ ସମୟରେ ମନରେଗାକୁ ରାଜ୍ୟ ସରକାର ଓ ଜିଲ୍ଲା କର୍ତ୍ତୃପକ୍ଷ ଆବଶ୍ୟକ ପରାମର୍ଶ ଓ ବିଚାର ଆଲୋଚନା କରି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଲକଡାଉନ ସମୟରେ ଏହାକୁ କାର୍ଯ୍ୟକାରୀ କରିବାବେଳେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନିୟମ ଯେପରି ଉପଯୁକ୍ତଭାବେ ପାଳନ କରାଯିବ ସେଥିପ୍ରତି ସତର୍କଦୃଷ୍ଟି ରଖିବାକୁ କୁହାଯାଇଛି।

Comments are closed.