ମେକ୍ସିକୋର ନିଶା ନିବାରଣ କେନ୍ଦ୍ରରେ ଗୁଳିମାଡ଼ : ୨୪ ମୃତ, ୭ ଆହତ

ମେକ୍ସିକୋ ସିଟି : ମେକ୍ସିକୋର ଏକ ନିଶା ନିବାରଣ କେନ୍ଦ୍ରରେ ବୁଧବାର ଦିନ କିଛି ବନ୍ଧୁକଧାରୀ ଗୁଳିମାଡ କରିଥିବା ଜଣାପଡିଛି। ଏଥିରେ ୨୪ ଜଣ ଲାକଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଥିଲେ।
ପୁଲିସ ସୂଚନା ଅନୁସାରେ, ଏହି ନିଶା ନିବାରଣ କେନ୍ଦ୍ରଟି ପଞ୍ଜୀକୃତ ହୋଇନାହିଁ। ଇରାପୁଟୋ ସହରରେ ଏହି ଆକ୍ରମଣ ହୋଇଛି। ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି।
ପୁଲିସ କହିଛି ଯେ, ଆକ୍ରମଣକାରୀମାନେ ନିଶା ନିବାରଣ କେନ୍ଦ୍ରର ସମସ୍ତଙ୍କୁ ଟାର୍ଗେଟ କରିଥିଲେ। କାହାକୁ ଅପହରଣ କରାଯାଇ ନାହିଁ। ଗୁଳି କାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ।