୨୯ରେ ବନ୍ଦ ହୋଇପାରେ ଦିଲ୍ଲୀ ମେଟ୍ରୋ

0

ନୂଆଦିଲ୍ଲୀ: ମୁମ୍ବଇ ପରି ଦିଲ୍ଲୀର ଲାଇଫ ଲାଇନ ପାଲଟିଥିବା ମେଟ୍ରୋ ରେଳ ଶୁକ୍ରବାର ବନ୍ଦ ହେବାର ସମ୍ଭାବନା ରହିଛି। ଦିଲ୍ଲୀ ମେଟ୍ରୋରେ କାର୍ଯ୍ୟରତ ୯୦୦୦ନନ୍‍ ଏକଜିକ୍ୟୁଟିଭ୍‍ କର୍ମଚାରୀ ଅନିଦ୍ଦିଷ୍ଟ କାଳ ପାଇଁ ଅନଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା କାର୍ଯ୍ୟକାରୀ ହେଲେ ମେଟ୍ରୋ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନପାରେ। ଏହାର ପ୍ରଭାବ ଦିଲ୍ଲୀ ବସ ସେବା ଉପରେ ପଡ଼ିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ୨୦୧୭ରେ ଅନୁରୂପ ପରିସ୍ଥିତି ଦେଖା ଦେଇଥିଲା। ସେତେବେଳେ ମଧ୍ୟ ନନ୍‍ ଏକଜିକ୍ୟୁଟିଭ୍‍ କର୍ମଚାରୀ ନିଜ ଦାବୀ ପାଇଁ ଅନଶନ ଘୋଷଣା କରିଥିଲେ। ତେବେ ଶେଷ ପର୍ଯ୍ୟାୟରେ ଡିଏମଆରସି ଓ କର୍ମଚାରୀମାନଙ୍କ ବୈଠକ ପରେ ଏହି ଅନଶନ ପ୍ରତ୍ୟାହୃତ ହୋଇଥିଲା।

Leave A Reply