ଦିଲ୍ଲୀରେ ମହିଳା ଗ୍ୟାଙ୍ଗ୍‌ କରୁଥିଲେ ଏପରି କାମ – ୬ ଜଣଙ୍କୁ ଗିରଫ କଲା ପୁଲିସ୍‌

ନୂଆଦିଲ୍ଲୀ – ଦିଲ୍ଲୀ ମେଟ୍ରୋ ଷ୍ଟେସନ୍‌ରେ ମହିଳାମାନେ କରୁଥିଲେ ପକେଟମାର୍‌। ସିସିଟିଭିରେ ଏ କଥା ଜଣା ପଡିବା ପରେ ପୋଲିସ୍‌ ସତର୍କ ହୋଇଯାଇଥିଲା । ମେଟ୍ରୋ ଷ୍ଟେସନ୍‌ରେ ଭିଡ ଥିବା ବେଳେ ସେମାନେ ଏପରି କାମ କରୁଥିଲେ । ସିସିଟିଭି ଫୁଟେଜ୍‌ରୁ ଜଣା ପଡିବା ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି ।

୬ ଜଣ ମହିଳା ପକେଟମାରକୁ ପୋଲିସ୍‌ ଗିରଫ କରିଛି । ଦିଲ୍ଲୀର ମେଟ୍ରୋ ଷ୍ଟେସନ୍‌ରେ ପକେଟମାର୍‌ ହେଉଥିବାର ଅଭିଯୋଗ ହୋଇଥିଲା । ଏମାନେ ଏକାଠି ହୋଇ ଚୋରି କରୁଥିଲେ । ଚୋରି କରିବା ପାଇଁ ଲୋକଙ୍କ ଘେରି ଯିବା ସହ ସେମାନଙ୍କର ଧ୍ୟାନ ଅନ୍ୟ ଆଡେ ଆକର୍ଷିତ କରୁଥିଲେ। ଚୋରି କରିବା ପରେ ତୁରନ୍ତ ସେହି ସ୍ଥାନ ଛାଡି ଚାଲିଯାଉଥିଲେ । ଦରକାର ପଡିଲେ ଅନ୍ୟ ସହରକୁ ଯାଇ ସେଠାରୁ ଚୋରି କରୁଥିଲେ ।

ପୋଲିସ ହରିଦ୍ୱାରରୁ ଏମାନଙ୍କୁ ଗିରଫକରିଛି । ଗିରଫ ହୋଇଥିବା ମହିଳାମାନଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରାଯାଇଛି ।

Comments are closed.