ମେଥି-ପାମ୍ପଡ ତରକାରୀ

ଆବଶ୍ୟକ ସାମଗ୍ରୀ :

ମେଥି ମଞ୍ଜି – ୧ଚାମଚ

ତେଲ – ୨ଚାମଚ

ପିଆଜ (କଟା) – ୧ଟି

ଲଙ୍କା ଗୁଣ୍ଡ – ୧ଚାମଚ

ହଳଦୀ ଗୁଣ୍ଡ – ୧ଚାମଚ

ଧନିଆ ଗୁଣ୍ଡ – ୧ଚାମଚ

ପାମ୍ପଡ – ୨/୩ଟି

ପାଣି – ଅଧା କପ୍

ଲୁଣ – ସ୍ବାଦାନୁସାରେ​‌

ପ୍ରସ୍ତୁତ ପ୍ରଣାଳୀ :

ମେଥି ମଞ୍ଜିକୁ ପ୍ରଥମେ ଭିଜାନ୍ତୁ। ତାପରେ ସିଝାଇ କିଛି ସମୟ ପରେ ପରେ କାଢି ଦିଅନ୍ତୁ। ତାପରେ ଏକ କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କାଟିଥିବା ପିଆଜକୁ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସେଥିରେ କାଟିଥିବା ରସୁଣ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ମିଶାଇ କିଛି ସମୟ ଭାଜନ୍ତୁ। ତାପରେ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ପାଣି ଫୁଟିଲା ପରେ ମେଥି ଦାନା ପକାଇ ୫ମିନିଟ ରଖନ୍ତୁ। ତାପରେ ପାମ୍ପଡକୁ ଭାଙ୍ଗି ସେଥିରେ ପକାଇ କିଛି ସମୟ କଷନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମେଥି-ପାମ୍ପଡ ତରକାରୀ।

Comments are closed.