ଶୀତରେ ଲାଭଦାୟକ ମେଥି ଲଡୁ

0

ଶୀତ ଋତୁରେ ମେଥି ଲଡୁ ଶରୀରକୁ ଉଷ୍ମତା ପ୍ରଦାନ କରିବା ସହ ଏଥିରେ ଥିବା ଭରପୁର ମାତ୍ରାରେ ପୌଷ୍ଟିକ ତତ୍ତ୍ବ ଅନେକ ଲାଭ ଦେଇଥାଏ । ମେଥି ଖାଇବା ଦ୍ବାରା ତ୍ବଚା ଓ କେଶ ଜନିତ ସମସ୍ୟା ଦୂର ହୋଇଥାଏ । ସାଧାରଣତଃ ମେଥି ପାଟିକୁ ଟିକେ ପିତା ଲାଗିଥାଏ । କିନ୍ତୁ ଯଦି ଆମେ ଏହାକୁ ଲଡୁ ଭାବେ ପ୍ରସ୍ତୁତ କରି ଖାଇବା ତେବେ ଏହା ପାଟକୁ ସୁଆଦ ଲାଗିବା ସହ ଶରୀର ପାଇଁ ମଧ୍ୟ ଉତ୍ତମ ହୋଇଥାଏ ।

ଆବଶ୍ୟକୀୟ ସାମଗ୍ରୀ:
ମେଥି
ସୁଜି ବା ଅଟା
ଘିଅ
ଗୁଡ
ଗୁଜୁରାଟ ପାଉଡର
ଡ୍ରୋଏ ଫ୍ରୁଟ୍ସ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମେଥିକୁ ଅଳ୍ପ ଭାଜି ଗ୍ରାଇଣ୍ଡରରେ ପେସି ଦିଅନ୍ତୁ । ସୁଜି ବା ଅଟାକୁ ଘିଅରେ ଧିମା ଆଞ୍ଚରେ ଭାଜି ରଖନ୍ତୁ । ଏହା ପରେ ଗୁଡକୁ ମଧ୍ୟ ଧିମା ଆଞ୍ଚଳରେ ବସାଇ ପାଗ(ତରଳାଇବା) କରନ୍ତୁ । ଗୁଡ ପାଗ ହୋଇଗଲେ ସେଥିରେ ମେଥି ପାଉଡର, ଭଜା ସୁଜି ବା ଅଟା, ଘିଅ, ଗୁଜୁରାଟ ପାଉଡର ଏବଂ ଡ୍ରୋଏ ଫ୍ରୁଟ୍ସ ପକାଇ ଭଲ ଭାବରେ ଗୋଳାନ୍ତୁ । ଏବେ ଗ୍ୟାସ ବନ୍ଦ କରି ଅଳ୍ପ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ପରେ ଏହାକୁ ଲଡୁ ଆକାରର ବଲ ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ହୋଇଗଲା ମେଥି ଲଡୁ । ଏହାକୁ ଆପଣ ଚାହିଁଲେ ଏକ ଡବାରେ ଷ୍ଟୋର କରି ରଖି ପାରିବେ ।

Leave A Reply